ଡାକ୍ତର ଜ୍ୟୋତ୍ରିମୟୀ ପଣ୍ଡା ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ର ନୂଆ ମେଡ଼ିକାଲ ଅଫିସର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ) ରେ ମେଡ଼ିକାଲ ଅଫିସର ରୂପେ ଡାକ୍ତର ଜ୍ୟୋତ୍ରିମୟୀ ପଣ୍ଡା ଦାଇତ୍ୱ ଗ୍ରହଣ କରିଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନଧରି ଏହି ପଦବୀ ଖାଲିପଡିଥିଲା। ନୂତନ ଡାକ୍ତର ପଣ୍ଡା ଯୋଗଦେବା ଫଳରେ ବିଭିନ୍ନ ମହଲରେ ଖୁସିର ଖେଳିଯାଇଛି। ଦାଇତ୍ୱ ଗ୍ରହଣ କରିବା ପରେ ମେଡ଼ିକାଲ ଷ୍ଟାପ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଗଞ୍ଜାମ ବ୍ଲକ ସମେତ ,ପୁରୀଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଲୋକମାନଙ୍କ ସମେତ ଜ଼ାତୀୟରାଜପଥ (୧୬) ପାର୍ଶ୍ୱରେ ଥିବାରୁ ଘଟୁଥିବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଵିଶେଷ ନିର୍ଭର କରିଥାନ୍ତି।


