ଡାକ୍ତର ନିଯୁକ୍ତି ଦାବିରେ ଆନ୍ଦୋଳନ ଚେତାବନୀ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଚାରିଛକ ଠାରେ ଥିବା ୩୦ଶଯ୍ୟା ବିଶିଷ୍ଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ଅଭାବ ଲାଗି ରହିଛି ।ଫଳରେ ରୋଗୀସେବା ବାଧାପ୍ରାପ୍ତ ହେଉଛି । ପୁରୀ ଜିଲ୍ଲାର ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ଓ କଟକ ଜିଲ୍ଲା ର ନିଆଳି ବ୍ଳକ ର ହଜାର ହଜାର ଲୋକ ଚିକିତ୍ସା ପାଇଁ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଏଠାରେ ରୋଗୀ ମାନେ ଚିକିତ୍ସା ସୁବିଧା ପାଇନଥିବାରୁ ଏହାର ଫାଇଦା ଘରୋଇ ନର୍ସିଂ ହୋମ ମାଲିକ ମାନେ ଉଠାଇ ରୋଗୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି ।କେତେକ ରୋଗୀ ବାଧ୍ୟ ହୋଇ କଟକ, ଭୁବନେଶ୍ୱର ଯାଇ ଚିକିତ୍ସା ହେଉଥିବା ବେଳେ କେତେକ ରୋଗୀ ଦୂରକୁ ନ ଯାଇ ନ ପାରି ନିକଟସ୍ଥ ନର୍ସିଂହୋମ ମାନଙ୍କୁ ଯାଇ ଚିକିତ୍ସିତ ହେଉଛନ୍ତି ।ଏହି ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ଡାକ୍ତର,ଶିଶୁ ବିଭାଗ ଡାକ୍ତର, ମେଡ଼ିସିନ ବିଭାଗ ଡାକ୍ତର ପଦବୀ ଦୀର୍ଘ ଦିନ ହେଲା ଖାଲି ପଡ଼ିଛି ।୧୯୮୧ ମସିହାରେ ରାଜ୍ଯ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ହରିହର କରଣ ଏଠାରେ ଥିବା ଷଷ୍ଠ ଶଯ୍ୟା ବିଶିଷ୍ଟ ମେଡିକାଲ କୁ ତ୍ରିଶ ଶଯ୍ୟା ସ୍ବାସ୍ଥ୍ୟ କେନ୍ଦ୍ର ର ମାନ୍ୟତା ଦେଇଥିଲେ ।ପରେ ଏହି ମେଡ଼ିକାଲକୁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରୂପେ ଘୋଷଣା କରାଯାଇଛି ।ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ଵ ଦେଉଥିବା ବେଳେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତି ସରକାର ଙ୍କ ର ଦୃଷ୍ଟି ପଡୁନଥିବା କହିଛନ୍ତି ସ୍ଥାନୀୟ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ଓ ସନାତନ ପାତ୍ର ।ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ସାତ ଜଣ ଡାକ୍ତର ଙ୍କ ଆବଶ୍ୟକତା ଥିବାବେଳେ ତିନୋଟି ଡାକ୍ତର ପଦବୀ ଖାଲି ପଡ଼ିଛି । ଏହି ମେଡ଼ିକାଲକୁ ଚିକିତ୍ସା ଲାଗି ଆସୁଥିବା ରୋଗୀ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କେତେକ ଦଲାଲ ଘରୋଇ କ୍ଲିନିକ୍ ମାନଙ୍କୁ ନେଇ ଯାଉଛନ୍ତି ।ଫଳରେ ରୋଗୀ ମାନେ ମାଗଣା ଚିକିତ୍ସା ବଦଳରେ ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି ।ଏହି ମେଡ଼ିକାଲରେ ଜଣେ ଦକ୍ଷ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ଡକ୍ଟର ଥିଲେ ।ମେଡିକାଲ ରେ ରୋଗୀ ସର୍ବଦା ଆସୁଥିଲେ ।ମାତ୍ର କେତେକ ଔଷଧ ଦୋକାନୀ କେତେକ ଦଲାଲ ଓ ଘରୋଇ ନର୍ସିଂ ହୋମ ମାଲିକ ଙ୍କ କଥା ନ ମାନିବାରୁ ତାଙ୍କୁ ଲାଞ୍ଚ ଦେଇ ଦୁର୍ନୀତି ନିବାରଣ କର୍ମଚାରୀଙ୍କ ଦ୍ଵାରା ଧରାଇ ଦିଆଗଲା ।ସେହିଦିନ ଠାରୁ ଏହି ମେଡିକାଲ କୁ କେହି ଭଲ ଡକ୍ଟର ଆସିବାକୁ ଇଛା ପ୍ରକାଶ କରୁ ନ ଥିବା କୁହାଯାଉଛି।ସେହିଦିନ ଠାରୁ ମେଡିକାଲ ରେ ଏହି ପଦବି ଟି ଖାଲି ପଡ଼ିଥିବା ବେଳେ ଔଷଧ ଦୋକାନୀ ମାନେ ହାତ ବାନ୍ଧି ବସିଛନ୍ତି ।ଅନ୍ୟ ପକ୍ଷରେ କେତେକ ମେଡିସିନ ରିପ୍ରେସେନ୍ ଟିଭି ଡାକ୍ତର ମାନଙ୍କୁ ତାଙ୍କରି କମ୍ପାନୀ ର ଔଷଧ ଲେଖିବା ପାଇଁ ବାଧ୍ୟ କରୁଛନ୍ତି ।ଯଦି ଡାକ୍ତର ସେହି ଔଷଧ ନ ଲେଖୁଛନ୍ତି ତେବେ ତାଙ୍କୁ ହଇରାଣ କରିବା ଲାଗି ଔଷଧ ଦୋକାନୀ ,ଦଲାଲ ଓ ନର୍ସିଂ ହୋମ ମାଲିକ ମାନେ ଲାଗି ପଡ଼ୁଛନ୍ତି ।ଏହି ନିକଟରେ ଡାକ୍ତର ନିଯୁକ୍ତି ଲାଗି କାଉନସେଲିଂ ହୋଇଥିଲା ।ମାତ୍ର ଏହି ଡାକ୍ତର ଖାନା କୁ କୌଣସି ଡାକ୍ତର ଆସିବାକୁ ରାଜି ହୋଇ ନ ଥିଲେ ।ଚାରିଛକ ମେଡିକାଲରୁ ଦଲାଲ ହଟାଇବା ,ଔଷଧ ଦୋକାନୀ,ଔଷଧ ରିପ୍ରେଶେନ୍ ଟିଭି ମାନଙ୍କୁ ଡ୍ୟୁଟି ସମୟରେ ମେଡିକାଲ କୁ ନ ଛାଡ଼ିବା ,ଡାକ୍ତର ମାନଙ୍କ ଉପରେ ଜୁଲମ ନ କରିବା ପ୍ରଭୁତି ଘଟଣା ଉପରେ ଗୁରୁତ୍ବ ଦିଆଗଲେ ଏହି ମେଡିକାଲ କୁ ଭଲ ଡାକ୍ତର ଆସି ପାରନ୍ତେ ବୋଲି ମତ ପ୍ରକାଶ ପାଉଛି ।ଡାକ୍ତର ଅଭାବ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ପ୍ରଶାନ୍ତ କୁମାର ସାମନ୍ତରାୟ ଙ୍କୁ ପଚାରିବାର ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ୟା ନେଇ ସେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଅବଗତ କରିଛନ୍ତି ବୋଲି କହିଛନ୍ତି ।ରାଜ୍ୟ ସରକାର ଯଦି ଏହି ମେଡିକାଲ ରେ ଡାକ୍ତର ନିଯୁକ୍ତି ନ କରନ୍ତି ତେବେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ର ଯୁବନେତା କେଶବ ପ୍ରଧାନ, ଅଞ୍ଜ ସ୍ବାଇଁ, ବନବିହାରୀ ଦାଶ ପ୍ରମୁଖ ଚେତାବନୀ ଦେଇଥିବା ବେଳେ କିଛି ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ,ପୁରୀ ଙ୍କୁ ଦିଆଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ