ଡାକ୍ତର ବୈଷ୍ଣବ ପରିଡାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ) ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ବୈଷ୍ଣବ ଚରଣ ପରିଡାଙ୍କ ବିୟୋଗରେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସ୍ୱର୍ଗତ ପରିଡାଙ୍କ ଆତ୍ମାର ସଦଗତି କାମନା କରାଯାଇ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସେ ଜଣେ ସାମାଜିକ ସଂମ୍ପର୍ଣ୍ଣ, ବଳଦେବଜୀଉ ସଂସ୍କୃତିର ପ୍ରବକ୍ତା ଥିଲେ ଓ ସମଗ୍ର ରାଜ୍ୟରେ ଜଣେ ଜ୍ୟୋତିପିଣ୍ଡ ଡାକ୍ତରଭାବେ ପରିଚିତ ଥିଲେ । ମଧୁ ସାଗର ବିଦ୍ୟାପୀଠରୁ ଶିକ୍ଷା ଆରମ୍ଭ କରି ସମାଜର ବିଭିନ୍ନ ସ୍ତରରେ ନିଜକୁ ଶେଷ ମୁହୂର୍ତ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ନିୟୋଜିତ କରିଥିଲେ । ଲୋକ ମାନଙ୍କୁ ନିଶୁକ୍ଳ ସେବା ଯୋଗାଇ ଦେଉଥିଲେ । ତାଙ୍କ ବିୟୋଗରେ ଜିଲ୍ଲାର ଅପୂରଣୀୟ କ୍ଷତି ଘଟିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସ୍ମୃତି କମିଟି ସଭାପତି କରୁଣା କର ଦାସ ଙ୍କ ଅସୁସ୍ଥତା ପାଇଁ ସେ ଅନୁପସ୍ଥିତ ଥିବାରୁ ତାଙ୍କ ଲିଖିତ ଏକ ଉତ୍ସର୍ଗୀକୃତ କବିତା ପାଠ କରାଯାଇଥିଲା । ଆଇନଜୀବୀ ରମଣୀ ରଂଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଶିକ୍ଷାବିତ ନନ୍ଦ କିଶୋର ପରିଡା, ଡଃ. ବାସୁଦେବ ଦାସ, ଅତିରିକ୍ତ ଜିଲ୍ଲା ଚିକିତ୍ôସା ଅଧିକାରୀ ଡାକ୍ତର ମିର୍ଜା ବାବର ବେଗ, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ସାମ୍ବାଦିକ ଆଶିଷ ସେନାପତି, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଶିକ୍ଷକ ଶୁଭାଂଶୁ ଦାସ, ସରକାରୀ ଓକିଲ ସଂଜୟ କୁମାର ଜେନା, ସାହିତ୍ୟିକ ନିରଞ୍ଜନ ମେକାପ, ଭକ୍ତ ଚରଣ ମଲ୍ଲ, କୃତିବାସ ସ୍ୱାଇଁ , ରଂଜନ ପଣ୍ଡା, ଧିରେନ୍ଦ୍ର ଦାସ, ଅକ୍ଷୟପ୍ରିୟ ଦାସ, ସତ୍ୟପ୍ରିୟ ଦାସ, ସତ୍ୟବ୍ରତ ସିଂ, ଅଞ୍ଜନା ମହାନ୍ତି, ମନୋଜ ସାହୁ, ନିରଞ୍ଜନ ବଳ, ସୁରେଶ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପରିଡାଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲ । ଶେଷରେ ଆଇନଜୀବୀ ପ୍ରଭାତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ