ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକ ଟାଟା କୋଭିଡ୍ ହସ୍ପିଟାଲର ନୁଆ ଏଏମଓ ଭାବେ ନିଯୁକ୍ତି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକ ଟାଟା ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲର ନୁଆ ଏଏମଓ ଭାବେ ନିଯୁକ୍ତି ପାଇଛନ୍ତି।ସୂଚନା ଅନୁଯାୟୀ ବ୍ରହ୍ମପୁର ଅନ୍ତର୍ଗତ ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ ହସ୍ପିଟାଲର ଅଧିକୃତ ମେଡିକାଲ ଅଫିସର ପଦବୀରୁ ଡାକ୍ତର ଉମା ଶଙ୍କର ମିଶ୍ରଙ୍କ ଅବ୍ୟାହତ ଦିଆଯାଇଛି।ତାଙ୍କ ସ୍ଥାନରେ ନୂତନ ଏଏମଓ ଭାବେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି।ସମସ୍ତ ରୋଗୀ ଯେଉଁଭଳି ଉପଯୁକ୍ତ ସେବା ପାଇ ପାରିବେ ଓ କାହାର ଯେଉଁଭଳି ମୃତ୍ୟୁ ନ ଘଟିବ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି କହିଥିଲେ।


