ଡାକ କର୍ମଚାରୀ ନେତା ଜୀବନକୃଷ୍ଣ ଦାସଙ୍କ ଶ୍ରାଦ୍ଧ ବାର୍ଷିକ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଡାକ କର୍ମଚାରୀ ତଥା ପେନସନଭୋଗୀଙ୍କ ତରଫରୁ ସହଦେବଖଣ୍ଟାସ୍ଥିତ ଜୀବନକୃଷ୍ଣ ଭବନ ସଂଘ ଗୃହରେ ସ୍ୱର୍ଗତ ଜୀବନକୃଷ୍ଣ ଦାସଙ୍କ ୨୩ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ତୃତୀୟ ଶ୍ରେଣୀ ସଂଘର ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ଏଥିରେ ପୌରହିତ୍ୟ କରିଥିଲେ । ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ଗୋପାଳ ଚନ୍ଦ୍ର ପଢ଼ିହାରୀ, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଏବଂ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ମଞ୍ଚସୀନ ହୋଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଚାକିରି କାର୍ଯ୍ୟକାଳ ମଧ୍ୟରେ ବାଲେଶ୍ୱରରେ ସର୍ବଭାରତୀୟ ସମ୍ମିଳନୀ, ଡାକ ସମବାୟ ସୋସାଇଟି ଗଠନ ତଥା ବହୁ ଉନ୍ନୟନ କାର୍ଯ୍ୟ ତାଙ୍କ ଦ୍ୱାରା ସମ୍ଭବ ହୋଇପାରିଥିଲା । ସେ ଜଣେ ପ୍ରବୀଣ ଶ୍ରମିକ ସଂଗଠକ, ନିଷ୍ଠାପର ତଥା ସବୁ କର୍ମଚାରୀଙ୍କ ଲୋକପ୍ରିୟ ଥିଲେ । ତାଙ୍କ ନାମରେ ବାଲେଶ୍ୱର ସଂଘଗୃହ ନାମିତ ହୋଇଛି । ପ୍ରାରମ୍ଭରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉପ-ସଭାପତି ବଳରାମ ଜେନା ଏଥିରେ ରେ ଗୀତା ପାଠ କରିଥିଲେ । ଇଂ. ଡମ୍ବରୁଧର ପ୍ରଧାନ, ବ୍ରଜକିଶୋର ପ୍ରଧାନ, ହରିହର ଭୂୟାଁ, ଅଜୟ କୁମାର ଦାସ, ରାଜେନ୍ଦ୍ର ମଲ୍ଲିକ, କାର୍ତ୍ତିକ ଚନ୍ଦ୍ର ଜେନା, ପ୍ରଦୀପ କୁମାର ନାୟକ, ମନୋଜ କୁମାର ମଲିକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ସହ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ