ଡାକ ଜୀବନ ବୀମା ଓ ଡାକ ଜୀବନ ମେଳା ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ମୁଖ୍ୟ ଡାକଘର ପ୍ରାଙ୍ଗଣରେ ବୁଧବାର ଛତ୍ରପୁର ଡାକ ଉପ ମଣ୍ଡଳ ସ୍ତରୀୟ ଗ୍ରାମୀଣ ଡାକ ଜୀବନ ବୀମା ଓ ଡାକ ଜୀବନ ବୀମା ମେଳା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସହ ଡାକ ଅଧିକ୍ଷକ କିରଣ ମାଳା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ମେଳାରେ ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚନ୍ଦ୍ର ପାଢୀ ମୁଖ୍ୟ ଅତିଥି ଓ ଛତ୍ରପୁର ମୁଖ୍ୟ ଡାକଘର ଏପିଏମ ଯୋଗେନ୍ଦ୍ର ଗୌଢ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ଆର୍ଥିକ ବର୍ଷର ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଧାର୍ଯ୍ୟ ବ୍ୟବସାୟ ଅର୍ଥାତ୍ ନୁଆଁ ଡାକ ଜମା ଖାତା, ଡାକ ଜୀବନ ବିମା ପଲିସି, ସୁକନ୍ୟା ସମୃଦ୍ଧି ଆକାଉଣ୍ଟ, ପିପିଏଫ ଆକାଉଣ୍ଟ ଖୋଲିବା ପ୍ରକ୍ରିୟାକୁ ତ୍ୱରାନ୍ନିତ କରିବା ସକାଶେ ଉପସ୍ଥିତ ବିପିଏମ ଓ ଏବିପିଏମ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ମେଳାରେ ଉତ୍ତମ ବ୍ୟବସାୟ ପ୍ରଦର୍ଶନ ପାଇଁ କୃତି ବିପିଏମ ମାନଙ୍କୁ ବରିଷ୍ଠ ଡାକ ଅଧିକ୍ଷକ ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ