ଡାକ ଟିକଟ ସଂଗ୍ରହ ସମ୍ବନ୍ଧୀୟ ଗ୍ରୀଷ୍ମ କାଳୀନ ଶିବିର କର୍ମଶାଳା ଉଦଯାପିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ଡାକ ମଣ୍ଡଳ ପକ୍ଷରୁ ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଡାକ ଟିକଟ ସଂଗ୍ରହ ସମ୍ବନ୍ଧୀୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଛତ୍ରପୁର ସହକାରୀ ଡାକ ଅଧିକ୍ଷକ କିରଣ ମାଳା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ସିଷ୍ଟାମ ଆଡମିନିଷ୍ଟ୍ରକଚର ରାମଚନ୍ଦ୍ର ପ୍ରଧାନ , ଓଭରସିୟର ନଳନୀକାନ୍ତ କର, ପ୍ରକାଶ ଚନ୍ଦ୍ର ପଲାଇ, ସୁରେନ୍ଦ୍ର ନାଥ ନନ୍ଦ, ଶିକ୍ଷକ ଭବାନୀ ଶଙ୍କର ସାହୁ, ଜଗନ୍ନାଥ ମିଶ୍ର, ଅଜିତ୍ କୁମାର ଦାଶ, ବିପ୍ର ଚରଣ ସାହୁ , ପିଏନୟୁଏ କଲେଜର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର କୁମାର ଦାଶ, ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ, ସଂସାର ଅନୁଷ୍ଠାନର ସଂପାଦକ ରମେଶ ସାହୁ ପ୍ରମୁଖ ଯୋଗଦେଇ ପୋଷ୍ଟ ଅଫିସର ବିଭିନ୍ନ ସେବା ସଂପର୍କରେ ଆଲୋକପାତ କରିଥିଲେ । ତା ସହିତ ପ୍ରାୟ ୩୦ଟି ବିଦ୍ୟାଳୟର ୨୫୬ଜଣ ଛାତ୍ରଛାତ୍ରୀଙ୍କୁ ଛତ୍ରପୁର ମୁଖ୍ୟ ଡାକଘର କୁ ବୁଲାଇ ନେଇ ବିଭିନ୍ନ ବିଭାଗର କାଉଣ୍ଟର , ଲେଟେର ବକ୍ସ, ପୋଷ୍ପ ଅଫିସର ବିଭିନ୍ନ କାର୍ଯ୍ୟଶୈଳୀକୁ ଦେଖାଇଥିଲେ । ଛାତ୍ରଛାତ୍ରୀମାନେ କାଉଣ୍ଟରୁ ଡାକ ଟିକଟ କିଣିିବା ସହ ଫିଲେ ଥେଲିକ୍ ଆକାଉଣ୍ଟ ଓ ମାଈ ଷ୍ଟାପ ସକାଶେ ଫର୍ମ ସଂଗ୍ରହ କରିଥିଲେ । ଏତଦ୍ ବ୍ୟତୀତ ଅଭିଭାବକ ମାନେ ନିଜ ପିଲାଙ୍କର ସୁକନ୍ୟା ସମୃଦ୍ଧି ଏକାଉଣ୍ଟଣ୍ଟ ଖୋଲିଥିଲେ । ଗ୍ରୀଷ୍ମକାଳୀନ କର୍ମଶାଳାରେ ଆୟୋଜିତ ପତ୍ର ଲିଖନ୍ , ଷ୍ଟାପ ଡିଜାଇନ୍ ଓ ଡାକ ଟିକଟ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଅଧିକାରୀ କରିଥିବା ଛାତ୍ରଛାତ୍ରୀ ଯଥା- ସ୍ୱାଗତିକା ପଣ୍ଡା, ଜାନଭି ଚୈାଧୂରୀ , ଆର୍. ଆଦିତ୍ୟ ରେଡ୍ଡୀ, ଜ୍ଞାନ ଜ୍ୟୋତି ଦାଶ, ଏମ୍. ଉଷାରାଣୀ, ସିଦ୍ଧିଶ୍ରୀ ପ୍ରଧାନ, ମନିଷା ବେହେରା, ଇତିଶ୍ରୀ ମହାରଣା, ଶ୍ରୀନିବାସ ମହାରଣାଙ୍କୁ ପୁରସ୍କୃତ କରାଯାଇଛି । ସୁଶ୍ରୀ ପଟ୍ଟନାୟକ ଓ ଆଦର୍ଶ କୁମାର ଡାକ ଟିକଟ ସଂଗ୍ରହ ସକାଶେ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ମାର୍କେଟିଂ ଏକଜ୍ୟୁକେଟିଭ ଗୈାରହରି ପଣ୍ଡା ତାଙ୍କ ବକ୍ତବ୍ୟରେ ଛତ୍ରପୁର ର ସବୁ ବିଦ୍ୟାଳୟରେ ଫିଲେଥେଲିକ୍ କ୍ଲବ ଆଗାମୀ ଦିନରେ ଗଠନ କରିବା ସକାଶେ ଆହ୍ନାନ ଦେଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ