ଡାକ ବିଭାଗ ପକ୍ଷରୁ ସବଡିଭିଜନ୍ ସ୍ତରୀୟ ମେଳା ଅନୁଷ୍ଠିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଛତ୍ରପୁର ସହକାରୀ ଡାକ ଅଧିକ୍ଷୀକ କିରଣ ବାଳା ପଣ୍ଡାଙ୍କ ପୈାରହିତ୍ୟରେ ସବଡିଭିଜନ ସ୍ତରୀୟ ଗ୍ରାମୀଣ ଡାକ ଜୀବନ ବୀମା, ଡାକ ଜୀବନ ବୀମା, ସଂଚୟ ଜମା, ପିଏମଏସବିୱାଇ, ପିଏମଜେଜେୱାଇ, ସୁକନ୍ୟା, ଆଇପିପିବି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ବରିଷ୍ଠ ଡାକ ଅଧୀକ୍ଷକ ମହମଦ୍ ଜାଫର ସାଜିକ୍ ଯୋଗଦେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡାକ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଗ୍ରାମୀଣ ଡାକ ଜୀବନ ବୀମା. ଡାକ ଜୀବନ ବୀମାର ସମସ୍ତ ସୁପ୍ତ ବୀମା ଗୁଡିକ ଯେତେଥର ପୁନଃ ଜୀବିତ କରାଯାଇଥିଲେ ମଧ୍ୟ ଆସନ୍ତ ୩୧.୧୨.୨୦୧୯ ତାରିଖ ପୂର୍ବରୁ ପୁନଃ ଜୀବିତ କରିବାର ସୁଯୋଗ ସୃଷ୍ଟି କରାଯାଇଛି । ବ୍ରହ୍ମପୁର ଡାକ ମଣ୍ଡଳ ଅନ୍ତର୍ଗତ ଛତ୍ରପୁର ମୁଖ୍ୟ ଡାକଘର, ଗିରିସୋଲା , ବ୍ରହ୍ମପୁର ସିଟି , ବ୍ରହ୍ମପୁର ୟୁନିଭରସିଟି, ଗୋସାଣୀନୂଆଗାଁ, ଗଂଜାମ, ରମ୍ଭା, ଖଲିକୋଟ ଏଭଳି ୩୦ଗୋଟି ଡାକଘର ଆଧାର ପଂଜିକରଣ ଓ ସଂଶୋଧନ କରାଯାଉଛି । ଗଂଜାମ ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ମଧୁବାବୁ ପେନସନ ହିତାଧିକାରୀମାନଙ୍କର ଭତ୍ତା, ବିକଳାଙ୍କ ଭତ୍ତା ପ୍ରଭୃତି ଜମା ସକାଶେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଖାତା ଖୋଲା ପ୍ରକ୍ରୀୟାକୁ ତ୍ୱରାନ୍ୱୀତ କରାଯାଉଛି । ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କର ଏଇପିଏସ ଜରିଆରେ ଯେ କୈାଣସି ବ୍ୟାଙ୍କର ଯେ କୈାଣସି ବ୍ରାଂଚ ରେ ଜମାଥିବା ଟଙ୍କାକୁ ନିଜ ଘର ପାଖରେ ବିନା ଆକାଉଣ୍ଟନମ୍ବର ରେ କେବଳ ଟିପଚିହ୍ନ ଜରିଆରରେ ଟଙ୍କା ଉଠାଇ ହେବ । ଏହି ପ୍ରକ୍ରିୟାର ଗ୍ରାମାଞ୍ଚଳ ବାସିନ୍ଦା ମାନେ ବିଭିନ୍ନ ସରକାରୀ ଯୋଜନାରୁ ପ୍ରାପ୍ୟ ଭତ୍ତା ସବସିଡ ରାଶି, ଏମଜିଏନଆରଜିଏସ ମଜୁରୀ ଇତ୍ୟାଦି ନିଜ ଘର ପାଖରେ ଉଠାଇପାରିବେ । ଏହାବ୍ୟତିତ୍ ପିଏମଏସବିୱାଇ, ପିଏମ୍ ଜେ ଜେ ୱାଇ , ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଇତ୍ୟାଦି ଲୋକହିତକର ଯୋଜନାର ଜନସାଧାରଣ ସୁଯୋଗ ନେବାକୁ କହିଥିଲେ । ସଂପ୍ରତି ସର୍ବଭାରତୀୟ ସ୍ତରରେ ସକ୍ଷମ ଗ୍ରାମ କ୍ଷେତ୍ରରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି । ବ୍ରହ୍ମପୁର ଡିଭିଜନ ବ୍ୟୁଜିନେସ୍ ଏକଜ୍ୟୁଟିଭ ଗୈାରହରୀ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ କୋଟି ଟଙ୍କାର ବୀମାରାଶି ସଂଗ୍ରହ ହୋଇଥିଲା ଏବଂ ପ୍ରାୟ ୩୦୦୦ରୁ ଅଧିକ ମଧୁବାବୁ ପେନସନ୍ ହିତାଧିକାରୀ ମାନଙ୍କ ଆଇପିପିବି ଆକାଉଣ୍ଟ ଖୋଲାଗଲାଣି ।ଏଥିରେ ଓଭରସିୟର ନଳନୀକାନ୍ତ କର ଓ ପ୍ରକାଶ ପଲାଇ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ