ଡାକ ବିଭାଗ ପକ୍ଷରୁ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଦକ୍ଷୀଣ ଉପମଣ୍ଡଳ ନୀରିକ୍ଷକ ଆଦିତ୍ୟ କୁମାର ପାଢୀଙ୍କ ଆହ୍ୱାନ କ୍ରମେ ହରଘର ତ୍ରିରଙ୍ଗା ରାଲି କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରୁ ବାହାରି ରାସ୍ତାରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କରିଲୋପାଟଣା, ଗରଦପୁର, ତେଣ୍ଡାକୁଡା ଉପଡାକଘର ଅଧିନରେ ଥିବା ଶାଖା ଡାକପାଳ,ସହକାରୀ ଶାଖା ଡାକପାଳଙ୍କ ସମେତ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ୭୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଏକ ବିଶାଳ ରାଲିରେ ଯାଇ ନିକଟସ୍ଥ ଦୁଇଟି ଗ୍ରାମ ପରିକ୍ରମା କରି ଜନସଚେତନତା ସୃଷ୍ଟି କରିଥିଲେ । ଭରତପୁର ଶାଖା ଡାକପାଳ ବିଜୟ କିଶୋର ଦାସ ଓ ସୁବ୍ରତ କୁମାର ସାହୁଙ୍କ ସହଯୋଗ ଏବଂ ଲିୟାକତ ଅଲ୍ଲୀ ଓ କମଳାକାନ୍ତ ଶତପଥୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲିକ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ