ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅସଦାଚରଣ ମହଙ୍ଗା ପଡିଲା

ହାଟଡିହି, (ବିକାଶ ବିଶ୍ୱାଳ) :ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା । ଶେଷରେ ଗିରଫ ହୋଇଛନ୍ତି ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ । ସୋସୋ ପୁଲିସ ଆଜି ତାଙ୍କୁ ସୋସୋରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସେହି ବିଦ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର କରିଥିବା ଅଭିଯୋଗ ଆଧାରରେ ପୁଲିସ ଥାନା କେସନଂ ୦୬/୨୦୨୨ରେ ଦଫା ୨୯୪/୩୫୪ (ଏ),୫୦୬ରେ ମାମଲା ରୁଜୁ କରିଥିବାବେଳେ ଆଜି ତାଙ୍କୁ ଗିରଫ କରିଥିଲା । ଏଠାରେ ସୁଚନାଯୋଗ୍ୟ ଯେ ଗତ ଶୁକ୍ରବାର ଦିନ ଶ୍ୱେତପଦ୍ମା କଲେଜରେ ଅଫିସ କାମ କରୁଥିବାବେଳେ ପରୀକ୍ଷା ସରିଯିବାପରେ ସମସ୍ତ କର୍ମଚାରୀ ମାନେ ପଳାଇବାପରେ ଅଧ୍ୟକ୍ଷ ତାଙ୍କୁ ଅଟକାଇ ରଖି କିଛି କାମ କରାଇବାକୁ କହିଥିଲେ । ଏହି ସମୟରେ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ଶ୍ୱେତପଦ୍ମାଙ୍କ ରୁମକୁ ପସିଆସି ତାଙ୍କ ପାଖରେବସି ବିଭିନ୍ନ କଥା କହିଥିଲେ । ଶ୍ୱେତପଦ୍ମା ନୀରବ ରହିବାରୁ ମନ୍ଦ ଉଦ୍ଦେଶ୍ୟରେ ତାଙ୍କ ପାଖକୁ ଯାଇ ତାଙ୍କ ବାକିଥିବା ଦରମା କରାଇଦେବି ବୋଲି କହି ତାଙ୍କୁ କୁଣ୍ଢାଇ ଧରିବା ସହ ଶରୀରର ବିଭିନ୍ନ ସମ୍ବେଦନ ଶୀଳ ସ୍ଥାନକୁ ଛୁଇଁବାରୁ ଶ୍ୱେତପଦ୍ମା ଏହାକୁ ବିରୋଧ କରି ବାହାରକୁ ଦୌଡି ପଳାଇ ଆସିଥିଲେ । ଏହାକୁନେଇ ଶ୍ୱେତପଦ୍ମା ପାଟିକରିବାରୁ ଅଧ୍ୟକ୍ଷ ତାଙ୍କୁ ଏକ ଧକ୍କା ମାରି ବାହାର କରିଦେବା ସହିତ ଏ ସମ୍ପର୍କରେ ଯାହାକୁ କହିବୁ ପରିଣତି ଭୟଙ୍କର ହେବ ବୋଲି ଧମକ ଚମକ ଦେଇଥିବା ନେଇ ଶେତବପଦ୍ମା ସୋସୋ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଶିବ ଚରଣ ଖାମୁରାଇଙ୍କ ନାମରେ ମାମଲା ରୁଜୁକରି ଥିଲା । ମାତ୍ର ଘଟଣାର ତିନିଦିନ ପରେବି ପୁଲିସ କୌଣସି ପଦକ୍ଷେପ ନନେଇ ଚୁପ ହୋଇଯିବାରୁ ଗତକାଲି ନୁଆଗଁ ଗ୍ରାମର ୨୦ରୁ ଉର୍ଦ୍ଧ ମହିଳା ସୋସୋ ଥାନା ଘେରାଉ କରିବା ସହିତ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାପାଇଁ ଦାବି କରିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷ ଆଜି କଲେଜ ଆସିବାବେଳେ ପୁଲିସ ତାଙ୍କୁ ବାଟରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ