ଡାଟା ଚୋରି ସମ୍ବନ୍ଧରେ ଜାଣିଥିଲେ ଅଧିକାରୀ!

ଲଣ୍ଡନ, (ଏଜେନ୍ସି): ଆମେରିକୀୟ ସଂଘୀୟ ଅଭିଯୋଜକ ପୁଣି ଥରେ ଫେସ୍ବୁକ୍ର ଯାଞ୍ଚ କରୁଛନ୍ତି । ଚଳିତ ଥର ଡାଟା ଚୋରୀରେ ମାମଲାରେ ଫଶିଥିବା ଫେସ୍ବୁକ୍ର ପ୍ରମୁଖ ଅଧିକାରୀଙ୍କୁ ବ୍ରିଟିଶ ରାଜନୈତିକ କନ୍ସଲ୍ଟିଂ କମ୍ପାନୀ କେମ୍ବ୍ରିଜ୍ ଆନାଲିଟିକାର ଡାଟା ଚୋରି ସମ୍ବନ୍ଧରେ ଜଣାଥିବା ନେଇ ଯାଞ୍ଚ୍ ଚାଲିଛି । ଦି ଗାର୍ଜିଅନ୍ରେ ରବିବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସଂଘୀୟ ଅଭିଯୋଜକ ସେହି ଦାବିଗୁଡ଼ିକର ଯାଞ୍ଚ୍ କରୁଛନ୍ତି, ଯେଉଁମାନଙ୍କ ଅନୁସାରେ ଫେସ୍ବୁକ୍ କେମ୍ବ୍ରିଜ୍ ଆନାଲିଟିକା ନିଜ ସମ୍ବନ୍ଧରେ ପରଦା ପକାଇଥିଲା । ରିପୋର୍ଟ ଅନୁସାରେ ବିଶ୍ଳେଷକମାନେ ଏହି ଦାବି ଶୁଣିଛନ୍ତି ଯେ କେମ୍ବ୍ରିଜ୍ ଆନାଲିଟିକାର ଟ୍ରମ୍ପର ପଚାର ଆରମ୍ଭ କରିବାର ଠିକ୍ ପରେ ୨୦୧୬ରେ ଫେସ୍ବୁକ୍ର କାର୍ଯ୍ୟାଳୟରେ ଫେସ୍ବୁକ୍ର ବୋର୍ଡ଼ ସଦସ୍ୟ ଓ ଏହାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସଇଓ) ମାର୍କ ଜୁକରବର୍ଗଙ୍କ ବିଶ୍ୱସ୍ତ ଓ କେମ୍ବ୍ରିଜ୍ ଆନାଲିଟିକାର ହ୍ୱିସଲ୍ ବ୍ଲୋୟର୍ କ୍ରିଷ୍ଟୋଫର୍ ମଧ୍ୟରେ ଏକ ବୈଠକ ହୋଇଥିଲା । ଆମେରିକାରେ ୨୦୧୬ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବ୍ରିଟିଶ ରାଜନୈତି କନ୍ଲ୍ଣ୍ଟାନ୍ସି କମ୍ପାନୀ ଦ୍ୱାରା ଫେସ୍ବୁକ୍ ଦ୍ୱାରା ପାଖାପାଖି ୮.୭କୋଟି ଲୋକଙ୍କ ବ୍ୟକ୍ତିଗତ ବିବରଣୀ ଚୋରି ସମ୍ବନ୍ଧରେ ସୂଚନା ଥିବା ଫେସ୍ବୁକ୍ ଅନେକ ଦିନ ଧରି ମନା କରିଆସୁଛି । ଡିସେମ୍ବର ୨୦୧୮ରେ ୱାଶିଂଟନ୍ ଡିସିର ପ୍ରମୁଖ ଅଭିଯୋଜକ କେମ୍ବ୍ରିଜ୍ ଆନାଲିଟିକା ମାମଲାରେ ଫେସ୍ବୁକ୍ର ଭୂମିକା ପାଇଁ ଏହାକୁ ଦଣ୍ଡ ଦେବା ପାଇଁ କମ୍ପାନୀ ଉପରେ ମାମଲା ଦାଏର କରିଥିଲା । ଆମେରିକା ପ୍ରତିଭୂତି ଓ ବିନିମୟ ଆୟୋଗ, ସଂଘୀୟ ବ୍ୟବସାୟିକ ଆୟୋଗ ଓ ନ୍ୟାୟ ବିଭାଗ ମଧ୍ୟ ଫେସ୍ବୁକ୍ର ଯାଞ୍ଚ୍ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ