ଡାଟା ବୈଜ୍ଞାନିକ ଭାବେ ଚାକିରି ପାଇଲେ ୧୨ ବର୍ଷର ବାଳକ
ହାଇଦ୍ରାବାଦ : ସରକାରୀ ଚାକିରି ହେଉ କିମ୍ଭା ପ୍ରାଇଭେଟ୍ ଚାକିରି ପ୍ରତିଟି କ୍ଷେତ୍ରରେ ନିଜର ଅଭି ତା ରହିବା ସହ ବୟସକୁ ଦେଖି ଯୋଗ୍ୟତା ଅନୁସାରେ କମ୍ପାନୀ ମାନେ ଚାକିରି ଦେଇଥାନ୍ତି । କିନ୍ତୁ ହାଇଦ୍ରାବାଦରେ ଜଣେ ୧୨ ବର୍ଷର ନାବାଳକଙ୍କୁ କମ୍ପୁଟରର ଡାଟା ବୈଜ୍ଞାନିକଭାବେ ଚାକିରି ମିଳିଥିବାରୁ ବାଳକର ନାମ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛି । ବାଳକଟିର ନାମ ସିଦ୍ଧାର୍ଥ ଶ୍ରୀ ବାସ୍ତବ ପଲ୍ଲାଇ ସେ ଚୈତନ୍ୟ ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢୁଛି । ସେ ଚାକିରି ପାଇ ଖୁସି ଥିବା ବେଳେ ଚାକିରି ପାଇବା ଶ୍ରେୟ ବାପା ଓ ମା ସମେତ ଗୁଗୁଲ ଡେଭଲପର ତନ୍ମୟ ବିସ୍ମୟଙ୍କ ପ୍ରେରଣାରେ ମୁଁ ଆଜି ଚାକିରି ପାଇଛି ବୋଲି ପ୍ରକାଶ କରିଛନ୍ତି ସିଦ୍ଧାର୍ଥ ।