ଡାବର ଓ ବାଂଶ ପଂଚାୟତରେ ସଚେତନତା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡାବର ଓ ବାଂଶ ପଂଚାୟତରେ ରବିବାର ‘ଆମ ଓଡିଶା ନବିନ ଓଡିଶା’ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡାବର ପଂଚାୟତରେ ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ଗ୍ରାମାଂଚଳର ଜନସାଧାରଣ ଙ୍କ ପାଇଁ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା, ସମିତି ସଭ୍ୟ ସୁବଳ ବେହେରା, ସରପଂଚ ବବିତା ସ୍ୱାଇଁ, ଗଳଦାରୀ ସରପଂଚ ଦିଲ୍ଲିପ ନାୟକ, ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା ଆଦି ଯୋଗ ଦେଇଥିଲେ । ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପଂଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପୁସ୍ତିକା ଉନ୍ମୋଚନ କରାଯାଇ ଜନସାଧାରଣଙ୍କୁ ବଂଟନ କରାଯାଇଥିଲା । ସମାଜସେବୀ ଗୌରାଙ୍ଗ ସ୍ୱାଇଁ, ପିଇଓ ଅରୁଣ ପ୍ରଧାନ, ଜିଆରଏସ ଅଜୟ ଲେଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ବାଂଶ ପଂଚାୟତରେ ଏବିଡିଓ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଧାୟକ ମୁଦୁଲି, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଜିଲା ପରିଷଦ ସଭ୍ୟା ମମତା ପରିଡା, ସରପଂଚ ଜିନାଲତା ସ୍ୱାଇଁ, କୈଳାସ ସ୍ୱାଇଁ ଆଦି ଯୋଗ ଦେଇଥିଲେ । ସମାଜସେବୀ ପ୍ରକାଶ ସ୍ୱାଇଁ, ବିଷ୍ଣଚରଣ ଦାସ, ପିଇଓ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉଭୟ ପଂଚାୟତର କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତର ମହିଳା ସ୍ୱୟଂ ସହାୟୀକା ଦଳର ସଭ୍ୟା, ମିଶନ ଶକ୍ତିର ଏମବିକେ, ସିଆରପିମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ