ଡାର୍କ ଚକୋଲେଟ୍ ସ୍ୱାସ୍ଥ୍ୟ ଲାଗି ହିତକର
ଚକୋଲେଟ୍ରେ ପ୍ରଚୁର ପରିମାଣରେ ଫ୍ୟାଟ ଥାଏ । ଏହା ଶରୀରର ଚର୍ବି ବୃଦ୍ଧି କରେ । ନିୟମିତ ଏହାକୁ ଖାଇଲେ ମେଦବହୁତଳା ହୋଇଥାଏ । ସେଥିପାଇଁ ଚକୋଲେଟ ବେଶି ନ ଖାଇବା ଲାଗି ଚିକିତ୍ସକ ପରାମର୍ଶ ଦେଇଥାନ୍ତି । ତେବେ ଡାର୍କ ଚକୋଲେଟ ସ୍ୱାସ୍ଥ୍ୟ ଲାଗି ହିତକର । ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଏହା ନିମ୍ନ ରକ୍ତଚାପକୁ ବୃଦ୍ଧି କରେ ବୋଲି ଆମେରିକା ଓ ୟୁରୋପର କେତେକ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜଣାପଡିଛି । ଡାର୍କ ଚକୋଲେଟ୍ ହାର୍ଟଆଟାକରୁ ମୁକ୍ତି ଦିଏ । ଏହା ବିଭିନ୍ନ ଲିଭର ସମସ୍ୟା ଦୂର କରେ । ତେଣୁ ସପ୍ତାହରେ ଦୁଇ ଥର ଡାର୍କ ଚକୋଲେଟ ଖାଇଳେ ଶରୀର ସୁସ୍ଥ ରହେ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି ।


