ଡାଲାଯୋଡି ଗ୍ରାମରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ଉଦ୍ଦାର
ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ଡାଲାଯୋଡି ଗ୍ରାମରୁ ତିନି ଦିନରୁ ନିଖୋଜ ଥିବା ମହିଳା’ଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ଆଜି ତିରିଂ’ଥାନା ପୋଲିସ ଉଦ୍ଧାର କରିଛି। ମୃତ ମହିଳା ମାଲ୍ହ ଟୁଡୁ(୫୫) ଗ୍ରାମରେ ବଡପୁଅ ଚାନ୍ଦ୍ରାୟ ଟୁଡୁଙ୍କ ସ୍ତ୍ରୀ ମାଇନୋ ଟୁଡୁଙ୍କ ସହିତ ଗ୍ରାମରେ ରହୁଥିଲାବେଳେ ସ୍ବାମୀ ନାଗା ଟୁଡୁ ସାନ ପୁଅ ରାଜେଶ ଟୁଡୁଙ୍କ ସହିତ ଝାରଖଣ୍ଡର ଟାଟାନଗରରେ ଏବଂ ବଡପୁଅ କେନ୍ଦୁଝରରେ ନିର୍ମାଣ ଶ୍ରମିକ ଭାବେ ରହୁଥିଲେ।ମୃତ ମହିଳା ମାଲ୍ହ ଗ୍ରାମର ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲେ।ତେବେ ଟ୍ରାକ୍ଟରରେ କାମକରୁଥିବା ଶ୍ରମିକ’ଙ୍କ ସହିତ ମାଲ୍ହ’ଙ୍କ ଝଗଡା ହୋଇଥିବା ନେଇ ବହୁ ମାଇନୋ ଚାନ୍ଦ୍ରାୟ’ଙ୍କୁ ଫୋନ ଯୋଗେ ଖବର ଦେଇଥିଲେ ଏବଂ ଦିନବେଳେ ମାଆ ମଲ୍ହ ଘରେ ରହିଥିଲାବେଳେ ସନ୍ଧ୍ୟାରୁ ନିଖୋଜ ଥିବା କହିଥିଲେ ତେବେ ଆଜି ଶନିବାର ତିନିଦିନ ପରେ ମହିଳା’ଙ୍କ ଅର୍ଦ୍ଧଦଗ୍ଧ ଗଳିତ କ୍ଷତବିକ୍ଷତ ଶବ ମାଲ୍ହ’ଙ୍କ ଘରର ପଛପଟ ଗଳି ରେ ଥିବା ରାମ ହେମ୍ବ୍ରମ’ଙ୍କ ଘର ଅଗଣାରେ ଥିବା ଧାନଗଦା ନିକଟରେ ତିରପାଲରେ ଢଙ୍କା ହୋଇଥିବା ଅବସ୍ଥାରେ ମାଳିଥିଲା।ରାମ ହେମ୍ବ୍ରମ’ଙ୍କ ସ୍ତ୍ରୀ ଭୋରରୁ ଅଗଣାରେ ଝାଡୁ କରୁଥିବା ସମୟରେ ଗଳିତ ମୃତ ଦେହ ଦେଖି ଭୟରେ ପାଟିକରିଥିଲେ ଏବଂ ପରିଜନଙ୍କୁ ଡାକିଥିଲେ।ପରେ ତିରିଂ’ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିବାସହ ଘଟଣାର ତଦନ୍ତ ଚଲାଇଥିଲେ।ମୃତ ମହିଳା’ଙ୍କ ଗଳିତ ଅର୍ଦ୍ଧଦଗ୍ଧ ଶବର ଡାହାଣ ଗୋଡରେ ମାଂସ ନଥିବାବେଳେ ଆଣ୍ଠୁରୁ ତଳ ଅଂଶ ଶବ ପଡିଥିବା ଅଗଣାର ଘରଚାଳିଆ ତଳେ ସିମ୍ଣ୍ଟ ଟାଇଲ୍ସ ଗଦା ଉପରେ ପଡିଥିବା ଦେଖିବାକୁ ମିଳିଥିଲା।ତେବେ ମୃତ ମହିଳାଙ୍କ ଘର ଭିତରେ ଜଳାପୋଡା ଅଂଶ ରହିଥିବାରୁ ଏବଂ ଶବଟି ଗଳିତ ଅବସ୍ଥାରେ ଆସିଯିବାରୁ ଶବଟିକୁ ରାମ ହେମ୍ବ୍ରମଙ୍କ ଅଗଣାରେ ଫୋପାଡି ଦିଆଯାଇଥିବା ସନ୍ଦେହ କରାଯାଉଛି।ପ୍ରାଥମିକ ତଦନ୍ତ ଓ ପାରିପର୍ଶ୍ବିକ ସ୍ଥିତିରୁ ବହୁ ମାଇନୋ ଟୁଡୁ ଏବଂ ଅନ୍ୟ ଏକ ମହିଳାଙ୍କୁ ହତ୍ୟା ସନ୍ଦେହରେ ଅଟକ ରଖି ତିରିଂଥାନା ପୋଲିସ ତଦନ୍ତ ଚଲାଇଛନ୍ତି।ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ ।