ଡାଲିଜାତୀୟ ଶସ୍ୟ ବିକ୍ରି ପାଇଁ ପଞ୍ଚାୟତସ୍ତରୀୟ ମଣ୍ଡି ସ୍ଥାପନ ନିମନ୍ତେ ଦାବି

ଛତ୍ରପୁର : ଡାଲିଜାତୀୟ ଶସ୍ୟ ତଥା ମୁଗ ଓ ବିରି ଇତ୍ୟାଦି ବିକ୍ରି କରିବା ନିମନ୍ତେ ପଞ୍ଚାୟତସ୍ତରୀୟ ମଣ୍ଡି ସ୍ଥାପନ କରିବା ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି । ଏହି ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ମଧ୍ୟ ଚାଷୀ ପ୍ରଦାନ କରିଛନ୍ତି । ଚାଷୀମାନେ ତାଙ୍କରି ଦାବିରେ ଉଲ୍ଲେଖ କରିଛନ୍ତି ଯେ, ଚଳିତ ବର୍ଷ ରବି ଋତୁରେ ଅମଳ ହୋଇଥିବା ଡାଲିଜାତୀୟ ଫସଲକୁ ବିକ୍ରି କରିବା ପାଇଁ ଆମ୍ଭ ଚାଷୀ ସମାଜକୁ କୌଣସି ପର୍ଯ୍ୟାପ୍ତ ବଜାର ଉଲବ୍ଧ ନାହିଁ । ଯଦ୍ୱାରା ମୁଗ, ବିରି ଭଳି ଶସ୍ୟକୁ ସାଇତି ରଖିବା ପାଇଁ ଏକ ସୁଦୃଢ ଭିତ୍ତିଭୂମିର ଅଭାବ ରହିଛି । ଏତ୍‌ତ ବ୍ୟତୀତ ଚାଷୀଙ୍କ ଆୟର ଏହା ଅକଉତ୍ସ ହୋଇଥିବା ହେତୁ ବିକ୍ରି ସ୍ୱରୂପ ଅର୍ଥ ଉପାର୍ଜନ ମାଧ୍ୟମ ଅଟେ । ସଠିକ୍ ସମୟରେ ଅମଳ ଶସ୍ୟର ସୁପରିଚାଳନା ନ କଲେ ଚାଷୀ ପାଇଁ ଋଣ ବୋଝ ବୃଦ୍ଧି ପାଇବ । ଏଣୁ ଆମ ପଞ୍ଚାୟତରେ ଏକ ମଣ୍ଡି ସ୍ଥାପନ ଆବଶ୍ୟକତା ପରିଲିକ୍ଷିତ ହେଉଛି ଏବଂ ଏକ ଭଣ୍ଡାର ଗୃହର ମଧ୍ୟ ଆବଶ୍ୟକ ରହିଛି । ଏଦିଗରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ଚାଷୀ ଉପକୃତ ହେଲାଭଳି ପଦକ୍ଷେପ ନେବାକୁ ଚାଷୀମାନେ ସେମାନଙ୍କ ଦାବି ପତ୍ରରେ ଦର୍ଶାଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ସରପଞ୍ଚ ସୁବାସିନୀ ବାରିକି, ରୀବନ୍ଦ୍ର ନାହାକ, ଭାସ୍କର ସ୍ୱାଇଁ, ସନ୍ୟାସୀ ମୁଦୁଲୀ, ଲଡୁ କିଶୋର ପ୍ରଧାନ, କାମାକ୍ଷୀ ପ୍ରସାଦ ସ୍ୱାଇଁଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ । ଏହାର ନକଲ ପତ୍ର ଜିଲ୍ଲା କୃଷି ଅଧିକାରୀ, ସ୍ଥାନୀୟ ବିଧାୟକ ଏବଂ ରାଜ୍ୟ କୃଷି ବିପଣନ ଉପଦେଷ୍ଟାଙ୍କୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ