ଡାଳିମ୍ବପୁର ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ଦିବସ ଓ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆଇସିଡିଏସ୍ ସହଯୋଗରେ ଡାଳିମ୍ବପୁର ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ ସମତେ ଡେଙ୍ଗୁ ଓ ମ୍ୟାଲେରିଆ ସ୍ୱଛତା-ସଫେଇ ଏବଂ କରୋନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡି କେନ୍ଦ୍ର ଠାରେ ପ୍ରଥମେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ ଉପରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେରାଣ୍ଡି ଉପସ୍ୱାସ୍ଥ୍ୟ କେନ୍ଦ୍ରର ଏଏନ୍ଏମ୍ ତଥା ମହିଳା ସ୍ୱାସ୍ଥ୍ୟକର୍ମୀ ବି.ଜଗଦମ୍ବା, ଆଇସିଡିଏସ୍ ସୁପରଭାଇଜର ଶଶୀ ଗମାଙ୍ଗ, ବରିଷ୍ଠ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ଯୋଗଦେଇ ଦିବସ ପାଳନ ଉଦ୍ଦେଶ୍ୟର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ । ମୁଖ୍ୟତଃ ଗର୍ଭବତୀ ଓ ପ୍ରସୂତି ମହିଳାମାନେ ନିଜ ସ୍ୱାସ୍ଥ୍ୟ ଉପରେ କିଭଳି ଯତ୍ନ ନେବେ, ପୃଷ୍ଟିକର ଖାଦ୍ୟ ଖାଇବା ଶିଶୁର ଯତ୍ନ ଓ ନିୟମିତ ସ୍ତନ୍ୟପାନ ପ୍ରଭୃତି ତଥ୍ୟ ଉପରେ ସୂଚନା ଦେଇ ବୁଝାଇଥିଲେ । ଏତଦବ୍ୟତୀତ ବର୍ତ୍ତମାନ ବର୍ଷା ଋତୁରେ ଡେଙ୍ଗୁ ଓ ମ୍ୟାଲେରିଆ ଓ କରୋନା ରୋଗଠାରୁ ରକ୍ଷା ପାଇବା ପାଇଁ କଣ ସବୁ ସତର୍କତା ମୂଳକ ପଦକ୍ଷେପ ସବୁ ଗ୍ରହଣ କରିବାକୁ ହେବ, ସେ ସବୁ ସମ୍ପର୍କରେ ପ୍ରାଞ୍ଜାଳ ଭାବେ ବୁଝାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା, ପ୍ରସୂତି ମହିଳା, କିଶୋରୀ ବାଳିକା ଓ ସ୍ୱୟଂ ସହାୟକ ମହିଳା ମଆ ମାନେ ଯାଞ୍ଚ କମିଟି, ମାତୃ କମିଟି ପ୍ରମୁଖ ଉପସ୍ଥିତଥିଲେ । ପରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ, ସ୍ୱଛତା ଓ କରୋନା ଉପରେ ଏକ ସଚେତନତା ରାଲି ଗ୍ରାମରେ କରାଯାଇ ଗ୍ରାମବାସୀଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଥିଲା । ଶେଷରେ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ମାତୃ ଓ ଯାଞ୍ଚ କମିଟି ମାନଙ୍କୁ ନେଇ ଏକ ଗ୍ରାମ ସଫେଇ କାର୍ଯ୍ୟକ୍ର କରାଯାଇଥିଲା । ଗ୍ରାମରେ ପାଣି ଜମି ରହିଥିବା ସ୍ଥାନ ମାନଙ୍କରେ ବ୍ଲିଚିଂ ପାଉଡର ପକାଯିବା ସହ ଅନାବନା ଗଛଲତା ଓ ଝାଡୁମାରି ସଫା କରାଯାଇଥିଲା । ଏହା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ବି.ଜଗଦମ୍ବା, ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ଶଶୀରେଖା, ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା ଓ ଟି.ଈଶ୍ୱରୀ, ୱାର୍ଡ ସଭ୍ୟ ଆର୍.ଆପାଲା ନରସିହ୍ନା, ଯାଞ୍ଚ କମିଟି ସଭ୍ୟା ଏ.ଲାଛନା ରାଓ ଏବଂ ମାତୃ କମିଟି ସଭ୍ୟା ଏ. ପଦ୍ମାବତୀ ପ୍ରମୁଖ ଉପସ୍ଥିତ ଥିଲେ ।


