ଡାଳିମ୍ବର ଉପକାରୀ ଗୁଣ

ଡାଳିମ୍ବରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ, ଫାଇବର, ଫୋଲିକ୍ ଏସିଡ୍ ଆଦି ମହଜୁଦ୍ ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକରୀ ଅଟେ। ପ୍ରତିଦିନ ଡାଳିମ୍ବ ଖାଇଲେ ହୃତ୍ପିଣ୍ଡ ସୁସ୍ଥ ରହିବା ସହିତ କର୍କଟ ରୋଗ ହେବା ଆଶଙ୍କା ହ୍ରାସ ପାଇଥାଏ। ଏହା ସହ ବ୍ଲଡ୍ ପ୍ରେସର୍ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏଣୁ ସୁସ୍ଥ ରହିବା ପାଇଁ ଡାଳିମ୍ବ ଖାଇବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣଇବା ଡାଳିମ୍ବର ଉପକାରୀ ଗୁଣ –
– ପ୍ରତିଦିନ ଡାଳିମ୍ବ ରସ ପିଇଲେ ଷ୍ଟ୍ରେସ୍ ଲେବଲ୍ କମ୍ ହୋଇଥାଏ।
– ଡାଳିମ୍ବରେ ଆଇରନ୍ ଭର୍ପୂର୍ ମାତ୍ରାରେ ରହିଛି। ଏଣୁ ପ୍ରତିଦିନ ଡାଳିମ୍ବ ଖାଇଲେ ଶରୀରରେ ଆଇରନ୍ର ଅଭାବ ଦୂର ହେବା ସହିତ ଲୋହିତ ରକ୍ତ କୋଷିକା ସଂଖ୍ୟା ବୃଦ୍ଧି ପାଇଥାଏ। ଫଳରେ ରକ୍ତରେ ହେମୋଗ୍ଲୋବିନ୍ର ପରିମାଣ ବୃଦ୍ଧି ପାଇବା ଯୋଗୁ ରକ୍ତ ପ୍ରବାହ ମଧ୍ୟ ବୃଦ୍ଧି ପାଇଥାଏ। ଏଥିପାଇଁ ରକ୍ତହୀନତା ବା ଆନିମିଆ ରୋଗୀମାନେ ପ୍ରତିଦିନ ଡାଳିମ୍ବ ଖାଇବା ଉଚିତ।
– ଡାଳିମ୍ବରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ମହଜୁଦ୍ ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଶରୀରରେ କର୍କଟ କୋଷ ବୃଦ୍ଧି ହେବାକୁ ଦିଏ ନାହିଁ। ଏଣୁ ଡାଳିମ୍ବ ଖାଇଲେ ବା ଏହାର ରସ ପିଇଲେ କର୍କଟ ହେବା ଆଶଙ୍କା ହ୍ରାସ ପାଇଥାଏ।
– ଡାଳିମ୍ବ ରସ ପିଇଲେ ପାଚନ ଶକ୍ତି ବୃଦ୍ଧି ପାଏ।
– ଡାଳିମ୍ବ ରସରେ ପର‌୍ୟ୍ୟାପ୍ତ ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ଥିବାରୁ ଏହା ରକ୍ତ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଣୁ ଉଚ୍ଚ ରକ୍ତ ଚାପ ସମସ୍ୟା ଭୋଗୁଥିବା ବ୍ୟକ୍ତିମାନେ ପ୍ରତିଦିନ ଡାଳିମ୍ବ ରସ ପିଇବା ଉଚିତ।
– ସାଧାରଣତଃ ମଧୁମେହ ରୋଗୀମାନଙ୍କୁ ଫଳ ରସ ପିଇବାକୁ ବାରଣ କରାଯାଏ। ତେବେ ଡାଳିମ୍ବ ରସ ପିଇଲେ ରକ୍ତ ଶର୍କରା ସ୍ତର ବୃଦ୍ଧି ହେଉନଥିବାରୁ ମଧୁମେହ ରୋଗୀମାନେ ନିଶ୍ଚିନ୍ତ ହୋଇ ଡାଳିମ୍ବ ରସ ପିଇପାରିବେ।
– ଡାଳିମ୍ବ ଖାଇଲେ ବା ଏହାର ରସ ପିଇଲେ ହୃତ୍ପିଣ୍ଡ ସୁସ୍ଥ ରହେ। ଫଳରେ ହାର୍ଟ ଆଟାକ୍, ଷ୍ଟ୍ରୋକ୍ ହେବା ଆଶଙ୍କା କମ୍ ହୋଇଥାଏ।
– ଡାଳିମ୍ବରେ ଭିଟାମିନ, ମିନେରାଲ୍ ତଥା ଫଲିକ୍ ଏସିଡ୍ ମହଜୁଦ୍ ଅଛି। ଏଣୁ ଡାଳିମ୍ବ ଖାଇଲେ ଉଭୟ ଗର୍ଭସ୍ଥ ଶିଶୁ ଓ ଗର୍ଭବତୀ ମହିଳା ଲାଭାନ୍ୱିତ ହୋଇଥାନ୍ତି। ଗର୍ଭବତୀ ମହିଳାମାନେ ନିୟମିତ ଡାଳିମ୍ବ ରସ ପିଇଲେ ପ୍ରି-ମେଚ୍ୟୋର୍ ଡେଲିଭରୀର ଆଶଙ୍କା କମ୍ ହୋଇଥାଏ ଓ ଶିଶୁର ଓଜନ ସାଧାରଣ ରହିଥାଏ।
– ଡାଳିମ୍ବରେ ଫାଇବର୍ ମଧ୍ୟ ଅଛି। ଏଣୁ ଓଜନ ହ୍ରାସ କରିବାରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ