ଡାଳୁଅ ଧାନ ପାଇଁ କେନାରେ ପାଣି ଦିଅ-ସମାଜବାଦୀ ପାର୍ଟି

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଡାଳୁଅ ଧାନ ଚାଷ ପାଇଁ ହୀରାକୁଦରୁ ବିଭିନ୍ନ କେନାଳରେ ପାଣି ଛାଡ଼ିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଖରିଫ ଧାନ କଟାକଟି ସରିଗଲାଣି । ଏବେ ଡାଳୁଅ ଧାନ ବା ରବି ଧାନ ପାଇଁ ତଳି ପଡ଼ିବା ଆରମ୍ଭ ହେବ । କିନ୍ତୁ କେନାଲରେ ପାଣିଥିବାରୁ ଏବଂ କେତେକ ସ୍ଥାନରେ ଉଠାଜଳସେଚନ ପଏଣ୍ଟଗୁଡ଼ିକ ଅଚଳ ହୋଇଥିବାରୁ ବିଲରେ ପାଣି ମାଡ଼ିପାରୁ ନାହିଁ । ତେଣୁ ତଳି ପକାଇବା ପାଇଁ ଓ କାଦୁଅ କରିବା ପାଇଁ ଚାଷୀମାନେ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଡିଜେଲ ପମ୍ପସେଟ୍ ଘୋଡ଼ାରେ ଆଣି କିଛି କିଛି ସ୍ଥାନରେ ତଳି ପକାଇବା ଆଣିଛନ୍ତି । ତେଣୁ ଚାଷୀମାନଙ୍କର ଏହି ସମସ୍ୟାକୁ ଆଖି ଆଗରେ ରଖି ତୁରନ୍ତ ହୀରାକୁଦରୁ ବିଭିନ୍ନ କେନାଲରେ ପାଣି ଛାଡ଼ିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ