ଡାହାଣିଖିଆରେ ରୋହିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କୋରୁଅ ପଂଚାୟତ ଡାହାଣୀଖିଆସ୍ଥିତ ଜଟାଧାରୀ କ୍ରିକେଟ ଗ୍ରାଉଣ୍ଡରେ ରାଇଜିଂ ଫିଉଚର କ୍ଲବ ପକ୍ଷରୁ ଆୟୋଜିତ ରୋହିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ଉଦଘାଟିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରୁଅ ପଂଚାୟତର ସରପଂଚ ଅରଣ୍ୟ ନାୟକ ଯୋଗ ଦେଇ ଫିତା କାଟି ମ୍ୟାଚକୁ ଉଦଘାଟନ କରିଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ପଂଚାୟତ ବିଜେଡି ଯୁବ ସଭାପତି ସୁଶାନ୍ତ ପରିଡା, ସମାଜସେବୀ କୈଳାଶ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚ ତରାସାହି କ୍ରିକେଟ ଦଳ ସହିତ ମରିଚିପୁର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ତରାସାହି ଦଳ ଟସ ଜିତି ବ୍ୟାଟିଙ୍ଗ ନେଇ ୧୫ ଓଭରରେ ୪ ଉଇକେଟ ହରାଇ ୧୧୬ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ମରଚିପୁର ଦଳ ୧୫ ଓଭରରେ ୮ ଉଇକେଟ ହରାଇ ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ତରାସାହି ଦଳ ୮ରନରେ ବିଜୟ ଲାଭ ଜରିଥିଲା । କ୍ଲବର ସମସ୍ତ ସଦସ୍ୟ ମ୍ୟାଚକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ