“ଡାହାଣୀ ଏକ ସାମାଜିକ ବ୍ୟାଧୀ” ବିରୋଧରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଆଦିବାସୀ ଅଧ୍ୟୁଷିତ ଅଂଚଳମାନଙ୍କରେ ଅନ୍ଧବିଶ୍ଵାସ ଓ ଡାହାଣୀ ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ ଏକ ସାମାଜିକ ବ୍ୟାଧୀରେ ପରିଣତ ହୋଇଛି । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଶିକ୍ଷା ସଚେତନତା ଅଭାବରୁ ସମାଜରେ ଗୁଣିଗାରେଡି,ଅନ୍ଧ ବିଶ୍ୱାସ ଦୂର ହେଉ ନାହିଁ । ଅନ୍ଧ ବିଶ୍ୱାସର କୁପରିଣତି ଯୋଗୁଁ ପାରିବାରିକ,ପଡୋଶୀ ଓ ସଂପର୍କୀୟ ମଧ୍ୟରେ ହତ୍ୟାକାଣ୍ଡ ଘଟୁଛି କେଉଠି ପୁତୁରା ଦାଦା ଖୁଡିଙ୍କୁ ହତ୍ୟା କରୁଛିତ କିଏ ସୁପାରୀ କିଲର ମାଧ୍ୟମରେ ହତ୍ୟା କରୁଛି । ଯାହାକୁ ନେଇ ଉଭୟ ପରିବାର ଛାରଖାର ହେବା ସହ ଗାହରେ ଏକ ଦୁଖଦମୟ ଓ ଭୟାଵହ ପରିବେଶ ସୃଷ୍ଟି ହେଉଛି । ବିଶେଷତଃ ରାଜ୍ୟରେ ଶତକଡା ୪୩.୫ ଗୁଣି ଗାରେଡି ମାମଲା ଗାଁ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ହେଉଛି ।ଏହିପରିପ୍ରେକ୍ଷୀରେ ରାଇରଙ୍ଗପୁର ମହାବିଦ୍ୟାଳୟ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅନ୍ଧ ବିଶ୍ୱାସ ବିରୋଧରେ ଛାତ୍ର ଛାତ୍ରୀମାନେ ଏକ ସଚେତନତା ଯାତ୍ରା ହୋଇଥିଲେ । ସାଧାରଣ ଜନତାଙ୍କୁ ପଥପ୍ରାନ୍ତ ନାଟକ,ସ୍ଲୋଗାନ ଦ୍ୱାରା ସଚେତନ କରାଯାଇଥିଲା । ରାଇରଙ୍ଗପୁର ମହାବିଦ୍ୟାଳୟରୁ ଏହି ଯାତ୍ରା ବାହାରି ସହର ଆଖପାଖଗାଁ ବୁଲି ଲୋକମାନଙ୍କୁ ସଚେତନ କରାଇଥିଲେ । ଊକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ କୁବେର ମହାନ୍ତ, ଡଃ ପ୍ରଶାନ୍ତ ବାରିକ, ଡଃ ବୀର ନାରାୟଣ ଚାଉ ପଟନାୟକ,ଡଃ ମୀନତି ସେନ, ହେମନ୍ତ ରାଉତ, ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ରାଜେଶ ରମ,ଅଧ୍ୟାପକ ହଳଧର ବାରିକ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ