ଡା.ଏ.ରଘୁନାଥ ଵର୍ମାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ମାନବ ଅଧିକାର ସୁରକ୍ଷା ମଞ୍ଚର ଉପଦେଷ୍ଟା, ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ୍ ଡା.ଏ. ରଘୁନାଥ ବର୍ମl ଙ୍କ ଉଧେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଆଜି ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲଠାରେ ଆୟୋଜିତ ଏହି ସ୍ମୃତି ସଭାରେ ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦ ଯୋଗ ଦେଇ ଡା. ଵର୍ମାଙ୍କ ଉଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଦୀର୍ଘ ଦିନର ଅସୁସ୍ଥତା ପରେ ଗତ ମାର୍ଚ୍ଚ 1ତାରିଖରେ ଵର୍ମା ସାରଙ୍କ ଦେହାନ୍ତ ହୋଇଯାଇଛି l ସେ ବାଣିଜ୍ୟ,ଶିକ୍ଷା,ଇତିହାସ ତେଲୁଗୁ ଭାଷା, ଅର୍ଥନୀତି ଏଭଳି ପାଞ୍ଚୋଟି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ସହ ଆୟୁର୍ବେଦ ଶାସ୍ତ୍ରରେ ଡକ୍ଟରେଟ ହାସଲ କରିଥିଲେ l ଓଡ଼ିଆରେ ମୋ କବିତା, କବିତା ବନିତା ଲତା ଓ ତେଲୁଗୁରେ ମା କାଳlମ, ସାଇ ସୃତି ସତକମ, ଭକ୍ତି ଉକ୍ତି ବିରକ୍ତି ଆଦି ଭଳି ବହୁ ପୁସ୍ତକ ସେ ରଚନା କରିଛନ୍ତି l ନାଟ୍ୟ ଭୂଷଣ, ଦ୍ବି ଭାଷୀ କବି, ମଧୁର କବି, ଡା ଆମ୍ବେଦକର ସେବାଶ୍ରୀ ସମ୍ମାନ, ଜ୍ଞାନ ଗୌରବ ଆଦର୍ଶ ଶିକ୍ଷକ ପୁରସ୍କାର, କଳିଙ୍ଗ ରତ୍ନ ପ୍ରତିଭା ସମ୍ମାନ, ଉଗାଦି ପୁରସ୍କାର, ସମ୍ଭlବନା ଉତ୍କଳମଣି ସ୍ମୃତି ସମ୍ମାନ, ଗୋଦାବରୀଶ ମହାପାତ୍ର ସାହିତ୍ୟ ସମ୍ମାନ, ବାରମାସୀ ସମ୍ମାନ ଆଦି ବହୁ ସମ୍ମାନରେ ଭୂଷିତ ହୋଇଛନ୍ତି l ସମାଜସେବା ଓ ଆଦର୍ଶ ରାଜନୀତିରେ ସେ ଜଣେ ଦୃଢ଼ ସଂଗଠକ ଥିଲେ l ଗତ 2009 ଓ 2014 ରେ ବ୍ରହ୍ମପୁର ସାଂସଦ ଭାବେ ସେ ନିର୍ବାଚନ ମଧ୍ୟ ଲଢ଼ିଥିଲେ l ସେ ଏକାଧାରରେ ନାଟ୍ୟକାର ଲେଖକ, କବି, ସଂଗଠକ, ସମାଜସେବୀ, ଶିକ୍ଷାବିତ୍ ଥିଲେ l ତାଙ୍କ ବିୟୋଗରେ ସମାଜର ଅପୂରଣୀୟ କ୍ଷତି ଘଟିଛି ବୋଲି ସମସ୍ତ ନେତୃବୃନ୍ଦ ମତ ପ୍ରଦାନ କରିଥିଲେ l ଆଜି ଏହି ସଭାରେ ବଂଶୀଧର ଭୂୟାଁ, ମାଗୁଣି ନାହାକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସସ୍ମିତା ବେହେରା, ଏସ. କେଶବ ଲିଙ୍ଗମ, ଏସ. ଶାମ୍ବାଶିବା ରାଓ, ବିଜୟ ଚନ୍ଦ୍ର ବିଶୋଇ, ଗଗନ ଚନ୍ଦ୍ର ମଲ୍ଲିକ,ଏ. ସୁରେଶ,ଏମ. ଭେଙ୍କେଟରାମଣା, ଗୌରୀ ଶଙ୍କର ମହାନ୍ତି, ଅବନୀ ଗୟା ପ୍ରମୁଖ ନିଜ ନିଜ ମତାମତ ପ୍ରଦାନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ