ଡା. ଗଦାଧର ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂପାଦକ

ପଟ୍ଟାମୁଣ୍ଡାଇ(ଜୁଗାବ୍ଦ ନ୍ୟୁଜ୍‍): କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଶ୍ରମିକନେତା ଡା. ଗଦାଧର ମଲ୍ଲିକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଂପାଦକ ଭାବରେ ନିଯୁକ୍ତି ଦେଇଥିବା ରାଜ୍ୟ ବିଜେଡି ସାଧାରଣସଂପାଦକ ବିଜୟ ନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଦୀର୍ଘଦିନ ଧରି ସ୍ୱର ଉତ୍ତୋଳନ କରିଆସୁଥିବା ଡା. ମଲ୍ଲିକଙ୍କ ନିଯୁକ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏଥି ପାଇଁ ତାଙ୍କୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ରାଜ୍ୟସଭା ସାଂସଦ ପ୍ରତାପ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ କିଶୋର ତରାଇ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଜିଲ୍ଲା ବିଜେଡି ପ୍ରାକ୍ତନ ସଭାପତି ଧ୍ରୁବ ସାହୁ, ଚଳଚିତ୍ର ଅଭିନେତା ଅନୁଭବ ମହାନ୍ତି, ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ପଣ୍ଡା, ଛାତ୍ରବିଜେଡି ସଭାପତି ପ୍ରଦୀପ ସାହୁ ପ୍ରମୁଖ ବହୁ ବିଜେଡିନେତା ଓ କର୍ମକର୍ତ୍ତା ଅଭିନନ୍ଦନ ଜଣାଇବା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ