ଡା. ସୁରଥ ବିଶ୍ବାଳ ଥିଲେ ଭଦ୍ରକ ମାଟିର ମହକ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦିବଂଗତ ଭେଷଜ ବିଶେଷଜ୍ଞ ଡା. ସୁରଥ ବିଶ୍ବାଳଙ୍କ ସ୍ମୃତି ଚାରଣ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ କମିଟି ସଭାପତି ଦୀପ୍ତି ରଂଜନ ନାୟକଙ୍କ ସଞ୍ଚ‍ାଳନାରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟି, ବରିଷ୍ଠ ଶିକ୍ଷକ ରଞ୍ଜିବ କୁମାର ରାଉତ, ଦୀପ୍ତି ରଂଜନ ଖିଲାର, ବିଭୁଦତ୍ତ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଲଚ୍ଛମନ ନାୟକ, ରକ୍ଷାକର ବିଶ୍ବାଳ, କହ୍ନେଇ ଚରଣ ବିଳାସ, ବିମ୍ବାଧର ନାୟକ, ଗଦାଧର ନାୟକ, ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟିର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ବିଶ୍ବାଳ, ଶଶାଙ୍କ ଶେଖର ବେହୁରିଆ, ପୁର୍ବତନ ଛାତ୍ର ସୁବାସ ବେହୁରିଆ, ପ୍ରତାପ ନାୟକ, ମୋ ସ୍କୁଲ ଅଭିଯାନ କମିଟି ସଦସ୍ୟ ସତ୍ୟଜିତ ପଲାଇ, ଦେବେନ୍ଦ୍ର ବିଶ୍ବାଳ ପ୍ରମୁଖ ସ୍ବର୍ଗତ ବିଶ୍ବାଳଙ୍କର ସ୍ମୃତି ଚାଳନା କରିଥିଲେ । ସ୍ଥାନୀୟ ଅଞ୍ଚଳରେ କୁଳେଇପଦା ମାଟିରେ ଜନ୍ମନେଇ ଭଦ୍ରକରେ ଜିଲା ମୂଖ୍ୟ ଚିକିତ୍ସାଧିକାରୀ ଓ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚ୍ଚିବ ଭାବେ କାର୍ଯ୍ୟକରି ଡା. ବିଶ୍ବାଳ ଅବସର ନେଇଥିଲେ । ସ୍ଥାନୀୟ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ ଓ ଆଧ୍ୟାତ୍ମିକତାର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ଓ ସେ ଥିଲେ ଯଥାର୍ଥରେ ଭଦ୍ରକ ମାଟିର ମହକ ବୋଲି ଉପସ୍ଥିତ ବ୍ୟକ୍ତି ମାନେ ତାଙ୍କର ସ୍ମୃତିଚାଳନା ଅବସରରେ ମତ ପୋଷଣ କରିଥିଲେ । ତାଙ୍କର ସାନଭାଇ ବିଭୁଦତ୍ତ ବିଶ୍ବାଳ ଓ ପୁତ୍ର ଜିତେନ୍ଦ୍ର ବିଶ୍ବାଳ ଏହି ସ୍ମୃତି ସଭାରେ ଯୋଗ ଦେଇ ବିଦ୍ୟାଳୟରେ ମେଧାବୀ ଛାତ୍ରୀଛାତ୍ରଙ୍କୁ ପ୍ରତିବର୍ଷ ଡା. ସୁରଥ ବିଶ୍ବାଳ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ