ଡିଆପଡା ପଂଚାୟତ ଅଫିସରେ ମାଗଣା ଚକ୍ଷୁଚିକିତ୍ସା ଶିବିର
କେନ୍ଦ୍ରାପଡା – କଟକସ୍ଥିତ ଜେ.ପି.ଏମ.ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ସୋମବାର ପୂର୍ବାହ୍ନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଡିଆପଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରକୁ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟିତ କରି ଏହି ଶିବିରର ଆୟୋଜନ ଫଳରେ ସ୍ଥାନୀୟ ୪ଟି ପଂଚାୟତର ଲୋକମାନେ ସେମାନଙ୍କ ଚକ୍ଷୁ ପରୀକ୍ଷା ନିମନ୍ତେ ମାଗଣା ସୁବିଧା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଚକ୍ଷୁ ଚିକିତ୍ସା ଶିବିରରେ ୧୩୭ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ୩୮ଜଣଙ୍କୁ ସେମାନଙ୍କ ଚକ୍ଷୁ ଅସ୍ତ୍ରୋ୍ରପ୍ରଚାର ନିମନ୍ତେ କଟକସ୍ଥିତ ଜେ.ପି.ଏମ.ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା । ଜିଲ୍ଲା ବିଜେଡି କୃଷକ ସଭାପତି ସୈାମେନ୍ଦ୍ର କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିର ପରିଚାଳନାରେ ଡିଆପଡା ପଂଚାୟତ ସରପଂଚ କବିତା ପରିଡା,ସମିତି ସଭ୍ୟ ପିତାମ୍ବର ସେନାପତି,ମଧୁସୁଦନ ସାହୁ,ସୁମିତ୍ରା ମଲ୍ଲିକ,ମୀନତି ସାହୁ,ଲକ୍ଷ୍ମୀପ୍ରିୟା ପରିଡା,ଧରଣୀଧର ପ୍ରଧାନ,ଗଣେଶ୍ୱର ମଲ୍ଲିକ,ଭରତ ସେନାପତି,ମାଳତି ନାୟକ,ମାନସ ମଲ୍ଲିକ,ବିକ୍ରମ ବାରିକ,ସମାଜସେବୀ ଦାମୋଦର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଜେ.ପି.ଏମ.ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସଂଯୋଜକ ପରେଶ ସାହୁଙ୍କ ନେତୃତ୍ୱରେ ୭ଜଣ ଡାକ୍ତର ଓ କର୍ମଚାରୀମାନେ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେଇ ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।