ଡିଆରଡ଼ିଏ ଭାବେ ଦାୟିତ୍ୱ ଗ୍ରହଣ କଲେ ୱି.କୀର୍ତ୍ତି ୱାସନ୍
ଛତ୍ରପୁର, (ଦେବଦତ୍ତ ମହାରଣା) :-ଡିଆରଡ଼ିଏ ପିଡ଼ି ଭାବେ ୱି.କୀର୍ତ୍ତି ୱାସନ୍ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୮ ବ୍ୟାଚ୍ର ଆଇଏଏସ୍ ଅଫିସ ଅଟନ୍ତି । ଶ୍ରୀ ୱାସନ୍ ୨୦୨୦ ମସିହାରେ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ରେ ଯୋଗଦେଇଥିଲେ । ଏହି ଦାୟିତ୍ୱ ସେ ସୂଚାରୁ ରୁପେ ତୁଲାଇଆସିଥିବା ବେଳେ ତାଙ୍କର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭବେ ବଦଳି ହୋଇଥିଲ।। ଆଜି ଦାୟିତ୍ୱ ଗ୍ରହଣ ଅବସରରେ ଗଣମାଧ୍ୟମକୁ ସୌଜନ୍ୟମୂଳକ ସାକ୍ଷାତକାରରେ ସେ କହିଛନ୍ତି, ମନରେଗା, ମିଶନ ଶକ୍ତି ଓ ଗ୍ରାମୀଣ ଗୃହ ନିର୍ମାଣ ସମେତ ବିଭିନ୍ନ ଉନ୍ନୟନ ଯୋଜନାର ସଫଳ କାର୍ଯ୍ୟକାରିତାକୁ ଜାରି ରଖିବା ଲାଗି ସେ ଉଦ୍ୟମ କରିବେ । ଡିଆରଡିଏ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ନୂତନ ପିଡି ଶ୍ରୀ ୱାସନ୍ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।