ଡିଆରଡିଏ ଛକ ନିକଟରେ ସଡକ ଦୁର୍ଘଟଣା : ଜଣେ ଗୁରୁତର
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଆହାତ ଜଣକ ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସାହେବ ଜେନାପଲ୍ଲୀ ଗ୍ରାମର ଲଳିତ ମୋହନ ନାୟକ (୨୭) ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଲଳିତ ମୋହନ ବାଟ ଛତ୍ରପୁର ରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଓଡି୦୨ ଏପି ୩୮୪୧ ନଂ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଲଳିତ ଗୁରୁତର ଆହାତ ହୋଇ ରାସ୍ତା ପାଶ୍ୱର୍ରେ ଛିଟିକି ପଡିଥିଲେ । ତାଙ୍କୁ ସମାଜସେବୀ କେଦାରରାଜୁ ଓ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଘଟଣାର ଖବର ପାଇ ଛତ୍ରପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି ।


