ଡିଆରଡିଏ ଛକ ନିକଟ ଜାତୀୟ ରାଜପଥ ରେ ଏକ କାର କୁ ପିଟିଲା ବାଇକ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଡିଆରଡିଏ ନିକଟ ଜାତୀୟ ରାଜପଥ ରେ ଏକ କାର କୁ ଧକ୍କା ଦେଲା ବାଇକ l ଫଳରେ ବାଇକ ଚାଳକ ଜଣକଆହତ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱର ପଟୁ ଆସୁଥିବା ଏକ କାର କୁ ବଡ଼ ଆର୍ଯ୍ୟପଲ୍ଲୀ ରୁ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା l ଫଳରେ ବାଇକ ଚାଳକ ଜଣକ ଆହତ ହୋଇଥିଲେ l ଆହତ ବ୍ୟକ୍ତି ଜଣକ ହେଲେ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମର ସି ଏଚ ସୁରେଶ (୨୩) ବୋଲି ଜଣାପଡିଛି l ଘଟଣାର ଖବର ପାଇ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ