ଡିଆରଡିଏ ଛକ ନିକଟ ରୁ ଗୋମାଂସ ଗାଡି ଜବତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥ ରେ ଏକ ଗୋମାଂସ ବୋଝେଇ ଟ୍ରକକୁ ଗୋଡାଇ ଗୋଡାଇ ଧରିଛନ୍ତି ବଜରଙ୍ଗ ଦଳର ସଦସ୍ୟ ମାନେ । ସୂଚନା ଅନୁଯାୟୀ ଓଡି ୦୫ ବିଏଲ ୯୯୨୧ ନଂ ଏକ ଟ୍ରକ ଗୋମାଂସ ନେଇ କଟକ ରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ମାନେ ଉକ୍ତ ଗାଡିକୁ ପିଛା କରି ଟ୍ରକକୁ ଧରିଥିଲେ । ପରେ ଟ୍ରକରେ ପ୍ରାୟ ୧୨ ଟନ୍ ଗୋମାଂସ ଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ହାଇୱେ ପେଟ୍ରୋଲିଂ ଗାଡିର ଏସପିଓ ସନ୍ତୋଷ କୁମାର ପାଢୀ ଓ ଡ୍ରାଇଭର ଶୁଭମ କୁମାର ଏବଂ ଛତ୍ରପୁର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା କରିଥିବା ଜଣାପଡିଛି । ସୂଚନା ଥାଉ କି, ଗତ କିଛି ଦିନ ତଳେ ଏକ କଣ୍ଟେନର ଯୋଗେ ଗୋମାଂସ ଜବତ ହୋଇଥିବା ବେଳେ ବଜରଙ୍ଗ ଦଳର ସଦସ୍ୟ ମାନେ ସେହି ଗାଡିକୁ ଜବତ କରିଥିଲେ । ତେବେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳି ଥିବା ବେଳେ ଏହି କାରାବାରର ମୁଖ୍ୟଙ୍କୁ ତୁରନ୍ତ ଗିରଫ୍ କରିବା ପାଇଁ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ