ଡିଆରଡିଏ ସମୀକ୍ଷା ବୈଠକ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌): ଡିଆରଡିଏ ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟସୂଚୀ ଅନୁସାରେ ସମସ୍ତ କାର୍ଯ୍ୟ କରିବାକୁ ଜିଲ୍ଲାପଳ ଶ୍ରୀ କୁଲାଙ୍ଗେ ଉପସ୍ଥିତ ଥିବା ସମସ୍ତ ବିଡିଓ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କେଉଁ ସମୟ ମଧ୍ୟରେ ମୋ ସରକାର କାର୍ଯ୍ୟକ୍ରମ ପଂଚାୟତ ରାଜ ବିଭାଗରେ ଲାଗୁ ହୋଇପାରେ ସେଥିପ୍ରତି ଧ୍ୟାନ ରଖି ସମସ୍ତ କାର୍ଯ୍ୟ ସୂଚାରୁରୂପେ କରିବାକୁ ସେ କହିଥିଲେ । ଏହାସହ ଲୋକମାନଙ୍କ ଅଭିଯୋଗକୁ ପ୍ରାଧନ୍ୟ ଦେଇ କାର୍ଯ୍ୟକରିବା, ଲୋକଙ୍କ ପାଖକୁ ଯାଇ ସମସ୍ତ କାର୍ଯ୍ୟର ସମାଧାନ କରିବା, ଗ୍ରାମୀଣ ଗୃହ ଯୋଜନା, ଏନଆରଜିଏସ ଠାରୁ ଆରମ୍ଭ ସମସ୍ତ କାର୍ଯ୍ୟ ର ସମୀକ୍ଷା କରିଥିଲେ । ଏହି ବୈଠକରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏପିଡି ରବିନାରାୟଣ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ପଣ୍ଡା ଓ ବି.ସୁରିବାବୁ ପାତ୍ରଙ୍କ ସମେତ ସମସ୍ତ ବିଡିଓ ଓ ନିର୍ବାହୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ