ଡିଏଭି ପବ୍ଲିକ ସ୍କୁଲରେ ଦୁର୍ଗା ଦୁର୍ଗତିନାଶିନୀ ନାଟକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗରାପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ କେନ୍ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଶାରଦୀୟ ଦୁର୍ଗାପୂଜା ଅବସରରେ ବିଦ୍ୟାଳୟର ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦୁର୍ଗା ଦୁର୍ଗତି ନାଶିନୀ ନାଟକ ପରିବେଷଣ ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ ସାଇ ସାର୍ଥକ ଧଳ ମହିଷାସୁର ଓ ସିମରନ ପ୍ରିୟଦର୍ଶିନୀ ବିଶ୍ୱାଳ ଦୁର୍ଗା ଏବଂ ଅନ୍ୟ ପିଲାମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ଏହି ଅବସରରେ ପିଲାମାନେ ଅଇଗିରି ନନ୍ଦିନୀ ଗୀତରେ ନୃତ୍ୟ ତଥା ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ । ଏହି ନୃତ୍ୟନାଟିକା ତଥା ନୃତ୍ୟକୁ ଗୁରୁ ଚିତ୍ତରଞ୍ଜନ ପୃଷ୍ଟି ମହାରାଜ ଶିକ୍ଷାଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।