ଡିଏଭି ପବ୍ଲିକ ସ୍କୁଲରେ ରାକ୍ଷୀ ତିଆରି ପ୍ରତିଯୋଗିତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ଆସନ୍ତା ରକ୍ଷାବନ୍ଧନ ଉତ୍ସବ ଅବସରରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାକ୍ଷୀ ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଛାତ୍ରଛାତ୍ରୀମାନେ ବହୁ ଉତ୍ସାହର ସହିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଛାତ୍ରାଭିଭାବକମାନଙ୍କ ପକ୍ଷରୁ ରାକ୍ଷୀ ତିଆରି ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସୁନ୍ଦର ଓ ମନୋରମ ରାକ୍ଷୀ ପ୍ରସ୍ତୁତ କରିଥିଲେ । ଏହି ପ୍ରତିଯୋଗିତାକୁ ରିନୁ ମହାନ୍ତି, ଚିନ୍ମୟୀ ଦାଶ, ସୋନାଲି ରାଉତ, ଛନ୍ଦିତା ସାହୁ, ଗାୟତ୍ରୀ ବାରିକ, ସବନମ୍ ମଲ୍ଲିକ, ହରପ୍ରିୟା ଦାଶ, ରାକେଶ ରାଉତ ଓ ଅମ୍ବୁଜ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।


