ଡିଏଭି ସ୍କୁଲରେ ଜାତୀୟ ସ୍ୱାସ୍ଥ୍ୟ ଦିବସ ଓ ବନମହୋତ୍ସବ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁରସ୍ଥିତ କେନ୍ଦ୍ରାପଡା ଡିଏଭି ସ୍କଲୁରେ ଜାତୀୟ ସ୍ୱାସ୍ଥ୍ୟ ଦିବସ ଓ ବନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶଲ୍ୟ ବିଶେଷଜ୍ଞ ବୀରେନ୍ଦ୍ର କୁମାର ଦାଶ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ଦିବସର ଅଭିନନ୍ଦନ ଜଣାଇବା ସହ ଜଣେ ଜଣେ ଭଲ ମଣିଷ ହୋଇ ଦେଶ ସେବା କରିବାକୁ ଆହ୍ୱାନ ଦେଇଥିଲେ । ସ୍କୁଲ ପକ୍ଷରୁ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ଡା. ଦାଶଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବନମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବୃକ୍ଷର ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବୃକ୍ଷ ଆମର ପ୍ରକୃତ ବନ୍ଧୁ ଓ ସାମ୍ପ୍ରତିକ ସମୟରେ ସାମାଜିକ ବନିକରଣ ପୃଥିବୀକୁ ଧ୍ୱଂସ ମୁଖରୁ ବଞ୍ଚାଇ ପାରିବ ବୋଲି ଶ୍ରୀ ମହାନ୍ତି କହିଥିଲେ ଓ ପ୍ରତି ଛାତ୍ରଛାତ୍ରୀମାନେ ନିଜ ନିଜର ବାଡିବଗିଚାରେ ଗଛ ଲଗାଇବା ସହିତ ଏହାକୁ ଏକ ସାମାଜିକ ବାର୍ତ୍ତାରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍କୁଲରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ