ଡିଏସ୍ପି ଦବିନ୍ଦରଙ୍କ ମାମଲାର ଯାଞ୍ଚକରିବ ଏନଆଇଏ

ନୂଆଦିଲ୍ଲୀ- ଗିରଫ ହୋଇଥିବା କଶ୍ମୀରର ଡିଏସ୍ପି ଦବିନ୍ଦରଙ୍କ ମାମଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଗ୍ରହଣ କରିଛି । ଗୃହ ମନ୍ତ୍ରଣାଳୟ ଏନଆଇଏକୁ ତଦନ୍ତ ଭାର ନେବା ପାଇଁ ନିର୍ଦ୍ଦେଶ ଦେଇଥିଲା । ମିଶିଥିବା ସୂଚନାଅନୁସାରେ ଅନ୍ୟପଟେ, ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଡିଏସପିଙ୍କ ମାମଲାରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଆତଙ୍କବାଦୀ ବରିନ୍ଦରଙ୍କୁ ଚୁପ୍ କରାଇବା ପାଇଁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିକୁ ଏହାର ତଦନ୍ତଭାର ଦିଆଯାଇଛି । ସୂଚନାଥାଉକି କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ସହିତ ଗିରଫ ଡିଏସପି ଦେବିନ୍ଦର ସିଂହଙ୍କୁ ରାଜ୍ୟ ପୋଲିସ ନିଜ ସେବାରୁ ବହିଷ୍କାର କରିଛି । ଦେବିନ୍ଦର ସିଂହଙ୍କ ବିରୋଧରେ ରୁଜୁ ସମସ୍ତ ମାମଲାର ତଦନ୍ତ ଏବେ ଏନଆଇଏକୁ ହସ୍ତାନ୍ତର କରାଯାଇଛି । ଏହା ବ୍ୟତୀତ ଅଧିକାରୀ ଏହାର ଯାଞ୍ଚରେ ଜୁଟିଛନ୍ତି ଯେ, ଦେବିନ୍ଦର କେତେ ଦିନ ହେବ ଆତଙ୍କୀ ସଂଗଠନର ଯୋଗାଯୋଗରେ ଥିଲା। ମଙ୍ଗଳବାର ହିଁ ଦେବିନ୍ଦରକୁ ସେବାରୁ ନିଲମ୍ବିତ କରାଯାଇଥିଲା।କୁଲଗାମରୁ ଗିରଫ ଜାମ୍ମୁ-କାଶ୍ମୀରର ପୋଲିସ ଡିଏସପି ଦେବିନ୍ଦର ସିଂହଙ୍କୁ ଜେରା ସମୟରେ ଜଣା ପଡ଼ିଥିଲା ଯେ, ସେ ଦୀର୍ଘ ଦିନରୁ ଆତଙ୍କବାଦୀଙ୍କ ସଂପର୍କରେ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ