ଡିକେଏମସି କ୍ରିକେଟ ଟୂର୍ଣାମେଣ୍ଟ ଶୁଭ ଉଦଘାଟିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମହୁଲଡିହା ଖେଳ ପଡିଆରେ ବୁଧବାର ଦିନ ୫ ଦିବସୀୟ ୨୨ ତମ ଆନ୍ତରାଜ୍ଯ ଫୁଟବଲ ଟୂର୍ଣାମେଣ୍ଟର ଶୁଭାରମ୍ଭ ହୋଇଛି । ବୁଧବାର ଦିନ ଡିକେଏମସି କ୍ଲବର ସଦସ୍ଯମାନେ ଟୁର୍ଣାମେଣ୍ଟର ଶୁଭ ମନାସୀ ରାଇରଙ୍ଗପୁର ସହରବାସୀଙ୍କୁ କ୍ରିକେଟ ଖେଳ ପ୍ରତି ଆକୃଷ୍ଟ କରିବା, ନୂତନ ଯୁବ କ୍ରିକେଟ ପ୍ରତିଭା ସୃଷ୍ଟି କରିବା, କ୍ରିକେଟ ଖେଳକୁ ଲୋକପ୍ରିୟ କରିବା ଏବଂ ଖେଳ ପଡିଆରେ ଉପସ୍ଥିତ ରହି ଅତିଥି ଖେଳାଳୀ ମାନଙ୍କୁ କରତାଳି ଉତ୍ସାହିତ କରାଇବା ନେଇ ଏକ ମଶାଲ ଶୋଭାଯାତ୍ରା ରାଇରଙ୍ଗପୁର ରଘୁନାଥ ଜୀଉ ମଠ ନିକଟରୁ ବାହାରି ସହର ପରିକ୍ରମା କରିଥିଲା । ବୁଧବାର ଦିନ କ୍ରିକେଟ ଟୂର୍ଣାମେଣ୍ଟର ଶୁଭାରମ୍ଭ ମୁଖ୍ୟ ଅତିଥି ରାଇରଙ୍ଗପୁର ଭାରାପ୍ରାପ୍ତ ଅତିରିକ୍ତ ପରିଵହନ ଅଧିକାରୀ ଆଶୁତୋଷ ନାଏକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଖେଳରେ ପ୍ରାରମ୍ଭରେ ଡିକେଏମସିର ଦିବଂଗତ ୩ ଲଢୁଆ ସାଥୀ ନଳିନୀ ଦାସ, ଚନ୍ଦନ ନାଏକ, ପଦ୍ମଲୋଚନ ପ୍ରହରାଜଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କମିଟି ତରଫରୁ ପ୍ରାର୍ଥନା କରାଯାଇଥିଲା । ଏହି ଟୂର୍ଣାମେଣ୍ଟରେ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗର ୮ଟି ଦଳ ଅଂଶ ଗ୍ରହଣ କରିବେ ବୋଲି କ୍ରୀଡା ସଂପାଦକ ପଞ୍ଚୁ ଲୋହାର ସୂଚନା ଦେଇଥିଲେ । ବୁଧବାର ପ୍ରଥମ ଦିନର ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ମେଚରେ ଡିଆରକେ, ବାରିପଦା କ୍ରିକେଟ ଟିମ ସହିତ ଖଡଗପୁର କ୍ରିକେଟ ଟିମର ଖେଳ ହୋଇଥିଲା । ଏଥିରେ ବାରିପଦା ଖଡଗପୁରକୁ ହରାଇ ସେମିଫାଇନାଲକୁ ଉତ୍ତିର୍ଣ ହୋଇଥିଲା । ପ୍ରଥମ ଖେଳର ମେନ ଅଫ ଦି ମେଚ ମନୁ ରାମଙ୍କୁ ମୟୂରଭଂଜ (୨) ଯୁବ ବିଜେଡି ସଭାପତି ଅଭିଷେକ ପଟନାୟକ ପୁରଷ୍କୂତ କରିଥିଲେ । ସେହିଭଳି ଖେଳର ଦିତୀୟାର୍ଦ୍ଧରେ ୟୁ ଏଣ୍ଡ ମି, ବାଲେଶ୍ବର ସହିତ ୟୂନିକ କ୍ରିକେଟ ଏକାଡେମୀ,କେନ୍ଦୁଝର ସହଖେଳରେ ବାଲେଶ୍ୱର ସେମିଫାଇନାଲକୁ ଉତ୍ତିର୍ଣ ହୋଇଥିଲେ । ଦିତୀୟାର୍ଦ୍ଧରେ ମେନ ଅଫ ଦି ମେଚ ଏସ କେ ଅମିଜିତଙ୍କୁ ଖେଳର ଉପଦେଷ୍ଟା ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ ପରୀକ୍ଷା ପୁରଷ୍କୃତ କରିଥିଲେ । ଖେଳର ଅମ୍ପାୟାର ଦାୟିତ୍ୱ ନିଭାଇଥିଲେ ଦୁର୍ଗା ପଟନାୟକ, କଟକ ଓସିଏ, ଦିଲୀପ କୁମାର , ଜାମସେଦପୁର ଟିସିଏ ଏବଂ ରେଫେରୀ ଦାୟିତ୍ୱରେ ଥିଲେ ରାଜିବକୁମାର, ଜାମସେଦପୁର , ଟିସିଏ । ଖେଳର କମେଣ୍ଟ୍ରି ବସନ୍ତ ଷାଣ୍ଡିଲ ନିଜର ଶବ୍ଦ ଯାଦୁରେ ଦର୍ଶକଙ୍କୁ ବାନ୍ଧିଥିଲେ । । କାର୍ଯ୍ୟକ୍ରମକୁ ଟୂର୍ଣାମେଣ୍ଟର ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଫେସର ପ୍ରଶାନ୍ତ ପରୀକ୍ଷା, ସଂପାଦକ ଅମର ଦେଓ ରଂଜନ ପ୍ରଧାନ, ଅଭିମନ୍ୟୁ ନାଏକ, ନିହାର ଦାସ, ଶ୍ୟାମ ସୁନ୍ଦର ପାତ୍ର,ଛୋଟରାୟ ମୁର୍ମୁ, ଶ୍ୟାସୁନ୍ଦର ଜ୍ୟୋତିଷ, ଉକୁଲ, ଶିଶିର ଶତପଥୀ, ଧରମବୀର, ଅମ୍ଵୁ, ଚନ୍ଦନ, ପପି, ଗୁଲଠୁ, ନାଣ୍ଡୁ, ଚେଟରା, ବାବି କାହ୍ନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଖେଳ ଉପଭୋଗ କରିବାପାଇଁ ଯୁବଗୋଷ୍ଠୀ ପଡିଆରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ସହ ଖେଳାଳୀମାନଙ୍କୁ ବିପୁଳ କରତାଳିରଜ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ