ଡିଜିଟାଲ୍ ଟ୍ରାନଜେକ୍ସନ କରିବେ ମହିଳା ସ୍ୱୟଂସହାୟିକା ଗୋଷ୍ଟୀ
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ କାର୍ଜ୍ୟଳୟ ପରିସରରେ ମଙ୍ଗଳବାର ଜିଲ୍ଲା ଓରମାସ୍ ତରଫରୁ ଦୁଇଗୋଟି କାର୍ଜ୍ୟକ୍ରମର ଶୁଭମ୍ମ୍ କରାଯାଇଛି । ପ୍ରଥମ ଜିଲ୍ଲାର ଥିବା ୨୩ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀଙ୍କୁ ଗାଁ ଶକ୍ତି ଯୋଜନା ଅନ୍ତର୍ଗତ ଖୁଚୁରା ଏକ୍ସଟେନସନ୍ କାଉଣ୍ଟର/ ବିତରଣ ସହଭାଗୀ ଗ୍ୟାସ ସିଲିଣ୍ଡର ର ବିତରଣ କାର୍ଜ୍ୟକ୍ରମ । ଦ୍ୱିତିୟ ଗାଁ ଶକ୍ତି ଯୋଜନାରେ ସ୍ୱଚ୍ଛତା ଏବଂ ଗ୍ରାହକ ପଏଣ୍ଟରେ ସମସ୍ତ ଆର୍ଥିକ କାରାବାରକୁ ଏକ୍ସିସ୍ ବ୍ୟାଙ୍କ ଜରିଆରେ ନଗଦ ବିହୀନ କରିବା କାର୍ଜ୍ୟର ଶୁଭଆରମ୍ଭ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କଣାଇଥିଲେ ଯେ, ମିଶନ୍ ଶକ୍ତି ଗୁଡିକୁ ସର୍ବାଧିକ ସ୍ୱଚ୍ଛତା ଆଣିବା ଏବଂ ଗ୍ରାହକ ପଏଣ୍ଟରେ ସମସ୍ତ ଆର୍ଥିକ କାରାବାରକୁ ନଗତ ବିହୀନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଥିବା ୨୪୩୪ ଗୋଟି ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଗ୍ୟାସ ଚୁଲା ମାଧ୍ୟମରେ ରନ୍ଧନ କାର୍ଜ୍ୟ କରାଯିବ ସହ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଜାଳେଣି କାଠର ବ୍ୟବହାର ହେବ ନାହିଁ ସେ କହିଥିଲେ । ଜିଲ୍ଲା ଖଣିଜ ପାଣ୍ଠିର ଆର୍ଥିକ ସହାୟତାରେ ଓରମାସ୍ ପକ୍ଷରୁ ପ୍ରତ୍ୟକ ଅଙ୍ଗନବାଡି କେନ୍ଦ୍ରକୁ ଦୁଇ ଗୋଟି ଲେଖାଁଏ ୫ କେଜି ଓଜନର ଇନ୍ଧନ ଗ୍ୟାସ ସିଲିଣ୍ଡର, ଚୁଲା, ଲାଇଟର, ପାଇପ୍ ଇତ୍ୟାଦି ସମସ୍ତ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଛି । ଜିଲ୍ଲାର ୨୩ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ରେଡ୍ ଏକ୍ସଟେସନ୍ କାଉଣ୍ଟର ମେସିନ୍ ବଣ୍ଟନ କରାଯାଇଥିଲା । ମିଶନ୍ ଶକ୍ତିରେ ଯେଉଁମାନେ ଗ୍ୟାସ ଡିଲର ଅଛନ୍ତି ସେମାନେ ରିଟେଲର ବିକ୍ରି ସକାଶେ ଅନଲାଇନ୍ ପେମେଣ୍ଟର ସୁବିଧା ଏହି ପିଓଏସ୍ ମେସିନ୍ ଦ୍ୱାରା ସୁବିଧା ହାସଲ କରିପାରିବେ । ଏହି କାର୍ଜ୍ୟକ୍ରମରେ ଜିଲ୍ଲା ଗ୍ରାମୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ସମାଜ କଲ୍ୟାଣ ଅଧିକାରୀ ସୁରେଖା ସୁନ୍ଦରି ମଲ୍ଲିକ, ଜିଲ୍ଲା ମିଶନ୍ ଶକ୍ତି ର ପ୍ରକଳ୍ପ ସଂଯୋଜକ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ, ଜୀବନ ବିକାଶ ମିଶନ୍ ର ପ୍ରକଳ୍ପ ନିର୍ଦ୍ଦେଶକ, ଓରମାସ୍ ର ଡେପୁଟି ସିଇଓ ଛତ୍ରପୁର ସାଖା ଏକ୍ସିସ୍ ବ୍ୟାଙ୍କର ପରିଚାଳକ ସଂଜୟ ଅଗ୍ରୱାଲ, ସରକାରି ବ୍ୟବସାୟୀ ଆଂଚଳିକ ପରିଚାଳକ ଅରୁଣ ରାୟଙ୍କ ସମେତ ଓରମାସ୍ ର ଜିଲ୍ଲା ସ୍ରରୀୟ ଅଧିକାରି ମାନେ ଅହିଅବସରରେ ଉପସ୍ଥିତ ଥିଲେ ।
ବିକାଶ ବିଶ୍ୱାଳ


