ଡିଜିଟାଲ୍ ଫସଲ ସର୍ଭେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ଫା ବ୍ଲକ ଚାଷ ପାଇଁ ଉପଯୁକ୍ତ ପରିବେଶ ରହିଥିବା ବେଳେ ଅତ୍ୟାଧୁନିକ ପଦ୍ଧତିରେ ଆଉ ପାଦେ ଆଗରେ କୃଷି ବିଭାଗ ରହିଛି I ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦଭାବନା ସଭା ଗୃହରେ ବିଡ଼ିଓ ଆକାଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଡିଜିଟାଲ ଫସଲ ସର୍ଭେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥ୍ ଭାବେ ବିଡ଼ିଓ ଆକାଶ କୁମାର ପଣ୍ଡା, ବିଏଓ ନାରାୟଣ ଚାନ୍ଦ, ଏଏଇ ସସ୍ମିତା ଦେ ବେହେରା, ଏସ ଏଫଏସ ସ୍ବାତି ଦାସ ଓ ଏଏଚ ଚଓ ଦିଲୀପ ଡିଙ୍ଗଲ ମଞ୍ଚାସୀନ ଅତିଥ୍ ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି କୃଷି ଓ କୃଷକଙ୍କ ନଙ୍କ ସଶକ୍ତିକରଣ ପାଇଁ ଖରିଫ ଚାଷ ଜମି ଓ ଫସଲ ଅମଳ ବୃଦ୍ଧି ନି ପା ପାଇଁ ଚଳିତ ମାସ ୧୬ ତାରିଖ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଖରିଫ ଧାନ ଫସଲ ବାବଦରେ ପ୍ରତି ପ୍ଲଟରେ ଅନଲାଇନ କରାଯିବ। ଏପରି କରାଯିବା ଦ୍ବରା ଫସଲ କ୍ଷେତ୍ରଫଳ, ଫସଲ ଉତ୍ପାଦନ, ଋଣ ପ୍ରଦାନ ଓ ବିତରଣ ସୁବିଧା ହେବ ବୋଲି ବିଏଓ ଶ୍ରୀ ଚାନ୍ଦ କହିଥିଲେ | ଡିଜିଟାଲ ଫସଲ ସର୍ଭେ ପ୍ରଶିକ୍ଷଣ ବାବଦରେ ଗୁମ୍ମା ବ୍ଲକର ୧୦ ପଞ୍ଚାୟତ ସ୍ତରର ୧୦୦ଜଣ ସୁପରଭାଇଜର ଓ ବିଶ୍ଲେଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଆଇ, ଏଆରଆଇ, କୃଷିମିତ୍ର, କୃଷିସାଥୀ ଓ ବିଭାଗୀୟ ଅଧୂକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଗୁମ୍ମା କୃଷି ବିଭାଗ ଅଧିକାରୀ ପରିଚାଳନା । କରିଥିଲେ।


