ଡିଜିଟାଲ ଡ୍ରେସ୍‌

ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ୍‌ର ଯୁଗ । ସମ୍ପ୍ରତି ଅଧିକାଂଶ ସାମଗ୍ରୀ ଡିଜିଟାଲ ଉପାୟରେ ନିର୍ମାଣ କରାଯାଉଛି । ଏମିତିକି ଏଥିରୁ ବାଦ୍‌ପଡ଼ିନି ଡ୍ରେସ୍ । ନାଁ ଯେମିତି ଡିଜିଟାଲ୍ ଡ୍ରେସ୍‌, ଦାମ୍ ମଧ୍ୟ ଢେର୍ ଅଧିକ । ଡିଜିଟାଲ୍ ଡ୍ରେସ୍ ନାଁ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏବେ ସୋସିଆଲ ମିଡିଆରେ ଏଭଳି ଡ୍ରେସ୍ ଭାଇରାଲ ହୋଇଛି । ଏହାକୁ ଦେଖିପାରିବେ କିନ୍ତୁ ଦାମ୍ ଏତେ ଯେ ଛୁଇଁ ମଧ୍ୟ ପାରିବେନି । ଆମେରିକାର ଫ୍ରାନ୍ସିସ୍କୋ ସ୍ଥିତ ସୁରକ୍ଷା କମ୍ପାନୀ କ୍ୟାଣ୍ଟଷ୍ଟେମ୍ପ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରିଚାର୍ଡ ମା ସ୍ତ୍ରୀଙ୍କ ପାଇଁ ଏକ ଡ୍ରେସ୍ କିଣି ଆଣିଥିଲେ । ଏହାର ମୂଲ୍ୟ ଆମେରିକୀୟ ଡଲାର ୯୫୦୦ । ଭାରତୀୟ ମୁଦ୍ରାରେ ଏହା ୭ ଲକ୍ଷରୁ ଊର୍ଦ୍ଧ୍ୱ ହେବ । ଏହା ଏକ ଡିଜିଟାଲ ଡ୍ରେସ୍ । ଯାହା ଫେଶନ ହାଉସ୍ “ଫ୍ରେବ୍ରିକେଣ୍ଟ’ ଦ୍ୱାରା ପ୍ରସ୍ତୁତ କରାଯାଇଛି । ରିଚାର୍ଡ ଏହି ଡ୍ରେସ୍ ସମ୍ପର୍କରେ କୁହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଏକ ମହଙ୍ଗା ଡ୍ରେସ୍ । ଏହାକୁ ଦୀର୍ଘଦିନ ବ୍ୟବହାର କରିହେବ ବୋଲି ସେ ସ୍ତ୍ରୀଙ୍କ ପାଇଁ କିଣି ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ