ଡିଜେଲ ଦର କମିଲା ତଥାପି ଗଜପତିରେ କମିଲାନି ବସଭଡା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗତ ୩ସପ୍ତାହ ଧରି ଡିଜେଲ ଓ ପେଟ୍ରୋଲ ଦର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କମାଇ ଦେଇଥିବା ବେଳେ ଗଜପତିରେ ବସ୍ ଭଡା ଓ ଯାତ୍ରୀବାହୀ ଯାନବାହାନ ସବୁର ଟିକସ ଦର କମିବାର ନାମ ନେଉନାହିଁ । ଗଜପତି ଜିଲ୍ଲା ଓଡିଶାରେ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବା ଉପାନ୍ତ ତଥା ସୀମାନ୍ତରେ ରହିଥିଲେ ମଧ୍ୟ ଏହି ଜିଲ୍ଲାର ଜନସାଧାରଣମାନେ ବହୁ ଅସୁବିଧାରେ ଜୀବନ କଟାଉଥିବାର ଦେଖିବାକୁ ମିଳୁଛି । ଗତ ୨ ବର୍ଷ ହେଲା ସମଗ୍ର ଭାରତ ଦେଶରେ କରୋନା ସଂକ୍ରମିତ ଲୋକେ ଭୟଭୀତ ରୂପଧାରଣ କରିଥିବା ବେଳେ ଏହି ସଂକ୍ରମଣ ଯୋଗୁଁ ସାଧାରଣରେ ଲୋକମାନଙ୍କର ବ୍ୟବସାୟ ବା ବୃତ୍ତି ପ୍ରଭୃତି କ୍ଷେତ୍ରରେ ଉପାର୍ଜନ ହରାଇଥିବା ବେଳେ ସହରରରେ ଏପରି ତୌଳ ଦର ରହିଥିବାରୁ ସାଧାରଣରେ ଲୋକମାନେ ବହୁ କଷ୍ଟର ସହ ବିଭିନ୍ନ ସ୍ଥାନକୁ ଯାତାୟତ କରିବାପାଇଁ ବ୍ୟବହାର କରୁଥିବା ଯାନବାହାନ ଗୁଡିକରେ ଯାତ୍ରା କରିବା ସମୟରେ ବହୁ କଷ୍ଟରେ ଟିକସ ପୈଠ କରି ଯାତ୍ରା କରୁଛନ୍ତି । ସେମାନଙ୍କ କହିବା ଅନୁସାରେ କିଛି ବର୍ଷ ହେଲା ଏପରି ତୈଳ ଦର ବୃଦ୍ଧିଯୋଗୁଁ ଯାତ୍ରୀବାହୀ ଟିକଟର ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଯଦି ସରକାର ତୈଳ ଦର ୧୦ଟଙ୍କା ଠାରୁ ଅଧିକ କମ୍ କରିଲେ ତେବେ ଗାଡିଚାଳକ ବା ମାଲିକମାନେ ସେମାଙ୍କ ଟିକଟ ମୂଲ୍ୟକୁ କାହିଁକି ହ୍ରାସ କରୁନାହାନ୍ତି । ପ୍ରଥମେ ଏହା ସମ୍ପର୍କରେ ସୂଚନା ପରିବହନ ବିଭାଗରେ ରହିବ ଆବଶ୍ୟକ ଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଏହା ସମ୍ପର୍କରେ କୌଣସି ସୂଚନା ନଥିବା ବେଳେ ବିଭାଗ ଠାରେ ମଧ୍ୟ ଗାଡି ଗୁଡିକର ଟିକଟ ମୂଲ୍ୟର କୌଣସି ଦର ତାଲିକା ସୂଚନା ଫଳକ ଉଲ୍ଲେଖ ନଥିବାର ମଧ୍ୟ ଅଭିଯୋଗ ଆସିଛି । ଗାଡି ମାଲିକମାନଙ୍କ ଏପରି ବୈମାତୃକ ମନୋଭାବକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ସୂଚନାଯୋଗ୍ୟ ଯେ, ଚଳିତ ମାସ ନଭେମ୍ବର ୩ ତାରିଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ ଓ ପେଟ୍ରୋଲ ଦରରର ଅହେତୁକ ବୃଦ୍ଧିକୁ ନେଇ କେତେକ ଟ୍ୟାକ୍ସ ଗୁଡିକୁ କମାଇଦେଇଥିଲେ । ଯାହାଫଳରେ ୧୧୩ଟଙ୍କା ଥିବା ପେଟ୍ରୋଲ ଏବଂ ୧୦୪ ଟଙ୍କା ଥିବା ଡିଜେଲ ଦର ଯଥାକ୍ରମେ ୧୦୪ ଓ ୯୭କୁ ଖସି ଆସିଥିଲେ ମଧ୍ୟ ବସଭଡା କିମ୍ବା ଅନ୍ୟାନ୍ୟ ମାଲବାହୀ ଗାଡିଗୁଡିକର ଭଡା କମି ନଥିବାରୁ ବଜାର ଦର କିମ୍ବା ବସ ଟିକଟ ଆଜିପର୍ଯ୍ୟନ୍ତ କମିନାହିଁ । ଯହାଫଳରେ ବଜାର ଦରଦାମ ସହ କାରଭଡା, ଅଟୋରିକ୍ସା, ଟ୍ରାକ୍ଟର ଭଡା, ଟ୍ରକ୍ ଭଡା ଆଦି ପୂର୍ବ ଭଳି ରହିଥିବାରୁ ଲୋକେ ଆଜି ବି ସେହି ପୁରୁଣା ଦର ଟିକେଟ ପୈଠ କରୁଛନ୍ତି । ଯାହା ଫଳରେ ଦରଦାମ ପୂର୍ବଠାରୁ ବହୁ ଗୁଣା ପାରଦ ଭଳି ଚଢିବାରେ ଲାଗିଛି । ଏଥିପ୍ରତି ସ୍ଥାନୀୟ ଆଞ୍ଚଳିକ ପରିବନ ବିଭାଗ କି ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇପଡିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ