ଡିଜେ ଓଲଟି ୩ଗୁରୁତର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଭଦ୍ରକ ମୁହାଁ ହୋଇଛି ପଶ୍ଚିମବଙ୍ଗ ଡିଜେ। ପୂଜା ଉତ୍ସବକୁ ଆଳ କରି ଯୁବ ଗୋଷ୍ଠୀ ଏବେ ଡିଜେ ପାଇଁ ମତୁଆଲା ହେଉଛନ୍ତି। ଫଳ ସ୍ୱରୂପ ଅନେକ ସ୍ଥାନରେ ଏଥିଯୋଗୁଁ ଦୁର୍ଘଟଣା ମାନ ଘଟୁଥିବା ଦେଖାଯାଉଛି। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ଥାନା କୁରିଗାଁ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ କ୍ଳବ ପକ୍ଷରୁ ଗଣେଶ ବିସର୍ଜନ ପାଇଁ ଶୋଭାଯାତ୍ରା ଚାଲିଥିବା ବେଳେ ଏଥିରେ ପଶ୍ଚିମବଙ୍ଗ ଡିଜେ ସାଉଣ୍ଡ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା। କିଛି ସମୟ ଶୋଭାଯାତ୍ରା ଚାଲିବା ପରେ ଗୋଟିଏ ସ୍ଥାନରେ ଏକ ଡିଜେ ଗାଡି ଓଲଟି ପଡିଥିଲା। ଫଳରେ ଏଥିରେ କିଛି ଯୁବକ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁ ଯୁବକଙ୍କ ମୁଣ୍ଡ ଫାଟିବା ସହିତ ଗୋଡହାତ ଭାଙ୍ଗି ଥିବା ସୂଚନା ମିଳିଛି। ଆଗକୁ ଆହୁରି ପୂଜା ପାର୍ବଣ ଆସୁଥିବାରୁ ଦୁର୍ଘଟଣା ଏଡ଼ାଇବା ସକାଶେ ବେଆଇନ ଥିବା ଡିଜେ ସାଉଣ୍ଡକୁ ସମ୍ପୁର୍ଣ୍ଣ ନିଷେଧ ପାଇଁ ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ