ଡିଡିଏମଙ୍କ ଚଢାଉ ଶୁଣି ଲୁଚିଲେ ବାଲି ମାଫିଆ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ ଆମ୍ବୋ ପଞ୍ଚାୟତର କରଗୋଳା ବୈତରଣୀ ବାଲି ଘାଟରୁ ବେଆଇନି ବାଲି ଚୋରା ଚାଲାଣ ହେଉଛି । ଦୈନିକ ଶହଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଥିବାରୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ ଘଟୁଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । ବେଳେ କିଛି ମୁଷ୍ଟିମେୟ ବାଲି ମାଫିଆଙ୍କ ଦ୍ୱାରା ଏହି ବେଆଇନ ବାଲି ଉତ୍ତୋଳନ କରାଯାଉଥିବାବେଳେ କେହି ଗ୍ରାମବାସୀ ବିରୋଧ କଲେ ତାଙ୍କୁ ଧମକ ଚମକ ଦିଆଯାଉଛି । ଶହଶହ ଟ୍ରାକ୍ଟର ଯିବାଆସିବା ଦ୍ୱାରା ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯିବା ଆସିବା କରିବାରେ ନାନା ଅସୁବିଧା ଭୋଗ କରୁଥିବାବେଳେ ସାଧାରଣ ଲୋକମାନେ ରାସ୍ତାରେ ଯାତାୟତ କରିବାକୁ ଭୟ କରୁଛନ୍ତି । ଏନେଇ ଗତ୪ଦିନ ତଳେ କିଛି ଗ୍ରାମବାସୀ କେନ୍ଦୁଝର ମାଇନିଙ୍ଗ ଅଫିସରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଆଜି ମାଇନଙ୍ଗ ଅଫିସ ପକ୍ଷରୁ ଏହି ବାଲିଘାଟକୁ ତଦନ୍ତ କରିବାପାଇଁ କିଛି ମାଇନଙ୍ଗ ଅଧିକାରୀ ଆସିଥିଲେ । ସେମାନେ ବାଟରେ ଦୁଇଟି ଟ୍ରାକ୍ଟରକୁ ଅଟକାଇ ଥିଲେବି ପରବର୍ତ୍ତୀ ସମୟରେ ଟ୍ରାକ୍ଟର ଦୁଇଟି ଛୁ ମାରିଥିଲେ । ଏନେଇ ବାଲି ମାଫିଆମାନେ ଖବର ପାଇଯିବା ଦ୍ୱାରା ସେହିସମୟରେ ବେଆଇନ ବାଲିଘାଟରେ ତôବା ୨୦ରୁ ଉର୍ଦ୍ଧ ଟ୍ରାକ୍ଟର ଓ ବାଲି ମାଫିଆମାନେ ତରବରରେ ଘାଟ ଛାଡି କିଏ କେଉଁଆଡେ ଲୁଚି ଯାଇଥିଲେ । ଏପରିକି ଟ୍ରାକ୍ଟର ଗୁଡିକୁ ଜଂଗଲ ଭିତରେ ପୁରାଇ ଲୁଚାଇ ଦେଇଥିଲେ । ଅଧିକାରୀମାନେ ବାଲିଘାଟ ପରିଦର୍ଶନ କରି ଫେରିବାପରେ ଅପରାହ୍ନ ଠାରୁ ପୁନର୍ବାର ବାଲି ଚାଲାଣ ଆରମ୍ଭ ହୋଇଯାଇଥିବା ଗ୍ରାମବାସୀ ମାନେ କହିଛନ୍ତି ।