ଡିବିରି ଆଲୁଅରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ଗତ ନବୀନ ସରକାରଙ୍କ ୨୪ ବର୍ଷ ଶାସନ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ରହିଛି ଉପାନ୍ତ ତଥା ସୀମାନ୍ତ ଗଜପତି ଜିଲ୍ଲାର ଅନେକ ଗ୍ରାମ. ବିଜୁଳି ଆଲୁଅ ବିନା ଘର ଠୁ ପୁରା ଗାଁ ପାଲଟିଛି ଘନ ଅନ୍ଧକାର। ଡିବିରି ଆଲୁଅର ସାହାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି. ଡିବିରି ଆଲୁଅ ଲିଭିଗଲା ପରେ ଅନ୍ଧକାରରେ ନିର୍ବାସିତ ଜୀବନଜାପାନ କରି ଆସୁଛନ୍ତି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଣ ପାହାଡ଼ ଘେରା ମଧ୍ୟରେ ଥିବା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ପାରାଡୁଲ ଗ୍ରାମର କଣ୍ଟାବଣ ସାହି. ବିଦ୍ୟୁତ ଆଲୁଅରୁ ବଞ୍ଚିତ ହୋଇ ରହିଥିବା ଅଭିଯୋଗ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଗ୍ରାମବାସୀ କହିଛନ୍ତିଯେ, ସ୍ଵାଧୀନତାର ୭୬ ବର୍ଷ ବିତିଲା. ଏଥିସହ ଗତ ନବୀନ ସରକାର ୨୪ ବର୍ଷ ଶାସନ କାଳରେ ଆମେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସମସ୍ତ ନିର୍ବଚିତ ଜନ ପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ବାରମ୍ବାର ନିବେଦନ କରିବା ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ହୋଇ ରହିଛୁ. ନୂଆଗଡ ପାରାଡୁଲ ଗାଁର କଣ୍ଟାବଣ ସାହିରେ ଆମେ ୨୦ ରୁ ଉର୍ଦ୍ଧ ପରିବାରର 90 ଜଣ ସଦସ୍ୟ ରହିଆସୁଛୁ. ଗତ ୨୦୧୯ ରେ ପ୍ରଶାସନ ଦ୍ବାରା ଗାକୁ ବିଦ୍ୟୁତ୍ ସଂଯୋଗୀ କରଣ ନିମନ୍ତେ ଗାଁରେ ଘରେ ଘରେ ମିଟର ବକ୍ସ ବସାଯାଇଛି, ହେଲେ ବିଦ୍ୟୁତ୍ ସଂଯୋଗ ନକରି ଛାଡିଦିଆଯାଇଛି। ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଜମିରେ ଜଳସେଚନ ଠୁ ଆରମ୍ଭ କରି ପିଲାଙ୍କ ପାଠପଢା ଓ ଭବିଷ୍ୟତ ଗଠନରେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ଆସୁଛୁ.ଡିବିରି ଆଲୁଅର ସାହାରେ ପିଲାଙ୍କ ପାଠପଢା ଚାଲିଛି. ଡିବିରି ଆଲୁଅ ବନ୍ଦ ହୋଇଗଲେ ଘନ ଅନ୍ଧକାରରେ ଜୀବନ ବିତାଇବା ପାଇଁ ବାଧ୍ୟ ହେଉଛୁ. ପାହାଡ଼ ଜଙ୍ଗଲ ଘେରା ଭିତରେ ରହିଥିବା ଆମ ଗାଁ ରାତି ହେଲେ ଭୟଭିତ ଅବସ୍ଥାରେ ରହିବା ଛଡା ଅନ୍ୟ ରାସ୍ତା ନାହିଁ. ଚାହିଁ ବସିଛୁ ବିଜୁଳି ଆଲୁଅକୁ। ସବୁଠାରୁ ବଡ଼କଥା ହେଲା ଖରା ଦିନରେ ଅତିଶୟ ଗରମରେ ପଙ୍ଖାଟିଏ ବି ବିଜୁଳି ଆଲୁଅ ଲଗେଇ ପାରୁନାହୁଁ. ଛାତ୍ରଛାତ୍ରୀମାନେ ଅନଲାଇନ୍ ପାଠ ପଢ଼ାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏନେଇ ଅନେକ ଥର ପ୍ରଶାସନକୁ ଅଭିଯୋଗ କରିଥିଲେ ବି କେବଳ ପ୍ରତିଶ୍ରୁତି ଦେଉଥିବା କହିଛନ୍ତି ଗ୍ରାମବାସୀ। ଗାଁକୁ ଯେମିତି ଶୀଘ୍ର ବିଜୁଳୀ ସଂଯୋଗ କରାଯାଇପାରିବ ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଆର୍ ଉଦୟଗିରି ବିଦ୍ୟୁତ ବିଭାଗ ଅଧିକାରୀ ଦିଲୀପ କୁମାର ଲେଙ୍କା । ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ମଧ୍ୟମରେ ସରକାର ଗାଁଗାଁକୁ ବିଜୁଳି ଆଲୁଅ ଯୋଗାଉଛନ୍ତି କିନ୍ତୁ ବିଦ୍ୟୁତ୍ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଆଜି ମଧ୍ୟ ବିଜୁଳି ଆଲୁଅ ସ୍ବପ୍ନ ହୋଇ ରହିଛି ଏହି ଗ୍ରାମବାସୀଙ୍କ ପାଇଁ. ତେବେ ଅପେକ୍ଷା କେବେ ଏହି ଗ୍ରାମବାସୀ ଅନ୍ଧାରୀ ମୂଲକରୁ ବାହାରି ବିଜୁଳୀ ଆଲୁଅ ଦେଖିପାରିବେ..