ଡିଭାଇଡରକୁ ପିଟି ହୋଇ ଜଣେ ମୃତ ଜଣେ ଗୁରୁତର
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଭାଗ୍ୟଲକ୍ଷ୍ମୀ ନଗର ସ୍ଥିତ ଜାତୀୟ ରାଜପଥରେ ଏକ ସ୍କୁଟି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ହୋଇଥିଲା । ଫଳରେ ସ୍କୁଟି ରେ ବସିଥିବା ଜଣେ ବ୍ୟକ୍ତି ମୃତ ହୋଇଥିବା ବେଳେ ସ୍କୁଟି ଚାଳକ ଜଣକ ଗୁରୁତର ଆହାତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଦାମୋଦରପୁର ଅଂଚଳର ଅଭିରାମ ବେହେରା ଓ ଆହାତ ଜଣକ ହେଲେ ଗଞ୍ଜାମ ଅଂଚଳର ସିମାଂଚଳ ବେହେରା ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଦୁହେଁ ଓଡି୩୩ଏଏ୫୦୮୬ ନମ୍ବର ବିଷିଷ୍ଠ ଏକ ସ୍କୁଟି ଯୋଗେ ଗଞ୍ଜାମ ରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଛତ୍ରପୁର ଭାଗ୍ୟଲକ୍ଷ୍ମୀ ନଗର ସ୍ଥିତ ଜାତୀୟ ରାଜପଥରେ ଡିଭାଇଡରକୁ ପିଟି ହୋଇ ରାସ୍ତା କଡକୁ ଛିଟିକି ପଡିଥିଲେ । ଘଟଣାର ଖବର ପାଇ ଛତ୍ରପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଦୁହିଁଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଅଭିରାମଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟପଟେ ଛତ୍ରପୁର ଥାନାର ଏଏସଆଇ ସବିତା ଖୁଣ୍ଟିଆ ପହଂଚି ଗାଡିକୁ ଜବତ କରିବା ସହ ୧୨୪/୨୨ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।


