ଡିଭାଇଡର କୁ ପିଟି ହୋଇ ୪ ଆହାତ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : କନିଷି ରସଫେକ୍ଟ୍ରି ନିକଟରେ ଏକ ସ୍କୁଟି ଡିଭାଇଡରକୁ ପିଟି ହୋଇ ୪ ଜଣ ଆହାତ ହୋଇଥିବା ଜଣାପଡିଛି । ଆହାତ ମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟ ୨ ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ଏକ କାର ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସ୍କୁଟି ନଂ ଓଡି .ଜିରୋ ୭ ଟି ୩୬୮୪ ସ୍କୁଟି ଯୋଗେ ୪ ଜଣ ଦ୍ରୁତ ଗତିରେ କନିଷି ଠାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଡିଭାଇଡରକୁ ସ୍କୁଟି ପିଟି ହୋଇଥିଲା । ସମସ୍ତ ଆହାତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ କାରଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି

ଦୁର୍ଘଟଣା ଗ୍ରସ୍ତ ଗାଡି
ଦୁର୍ଘଟଣା ଗ୍ରସ୍ତ ଗାଡି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ