ଡିଭାଇନ୍ ଷ୍ଟାର୍ ପବ୍ଳିକ୍ ସ୍କୁଲ୍ ର ଦ୍ୱିତୀୟ ବାର୍ଷିକ ଉତ୍ସବ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ସ୍ଥିତ ଡିଭାଇନ୍ ଷ୍ଟାର୍ ପବ୍ଳିକ୍ ସ୍କୁଲ୍ ର ଦ୍ୱିତୀୟ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି I ପଣ୍ଡିତ ବିଶ୍ୱନାଥ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ବାର୍ଷିକଉତ୍ସବ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ବିକାଶ କରିବାରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ I ସେହିପରି ମୁଖ୍ୟ ବକ୍ତା ରୂପେ ସ୍ଥାନୀୟ ଜିଲ୍ଳାପରିଷଦ ସଭ୍ୟ ସୁଧୀର କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର,ବାଳକୃଷ୍ଣ ସାବତ, ସମିତିସଭ୍ୟ କେ ରବୀନ୍ଦ୍ର କୁମାର ପାତ୍ର,ସରପଞ୍ଚ ସଲୀଳା ମହାରଣା, ସରପଞ୍ଚ ପ୍ରତିନିଧି ଶିବରାମ ମହାରଣା,ବିଦ୍ୟାଳୟ ପରିଚାଳକ ଭକ୍ତରାମ ଦାସ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କେ କ୍ରିଷ୍ଣା ମୂର୍ତ୍ତୀ ପାତ୍ର,ଅରୁଣ କୁମାର ରଣା, ଅନୁଷ୍ଠାନ ଅଧ୍ୟକ୍ଷ ବାଦଲ କୁମାର ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ଥିଲେ I ଅନୁଷ୍ଠାନ ଅଧ୍ୟକ୍ଷ ବାଦଲ କୁମାର ସ୍ଵାଇଁ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ଛାୟାକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ I ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ I ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଆକାଶ କୁମାର ସାହୁ,ବିକାଶ ନାଇକ,ଶିକ୍ଷୟିତ୍ରୀ
ଶ୍ରାବଣୀ ସ୍ବାଇଁ- ଶିକ୍ଷୟତ୍ରୀ ସନ୍ତୋଷୀ ରାଉତ,ପ୍ରିୟଙ୍କା ସାହୁ,ମୌସୁମୀ ସ୍ବାଇଁ,ଶ୍ରାବଣୀ ମହାରଣା ଏବଂ ସେବିକା ସ୍ବର୍ଣ୍ଣଲତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ I


