ଡିମିରିଆ ଗ୍ରାମରେ ମାଛଧରିବାକୁ ନେଇ ଆକ୍ରମଣ
ହାଟଡ଼ିହି (ଓ୍ବାଇଏନ୍ଏସ୍) : ଡିମିରିଆ ଗ୍ରାମରେ ମାଛ ଧରିବାକୁ ନେଇ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଥିବାବେଳେ ଦୁଇଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗ୍ରାମର ବନମାଳି ପ୍ରଧାନଙ୍କ ପୋଖରୀରୁ ଗାଁର ବୈକୁଣ୍ଠ ବସନ୍ତିଆ, ଜଡା ବସନ୍ତିଆ, କୁନା ବସନ୍ତିଆ, ନୀଳମଣି ବସନ୍ତିଆ ପ୍ରମୁଖ ପାଣି ଶୁଖାଇ ଜୋର ଜବରଦସ୍ତ ମାଛ ଧରୁଥିଲେ । ଏନେଇ ବନମାଳୀ ଓ ତାଙ୍କ ପୁଅ କୁଳମଣି ଯାଇ ମାଛ ଧରିବାକୁ ବାରଣ କରିôତଲେ । ଏନେଇ ମାଛ ଧରୁଥିବା ଲୋକମାନଙ୍କ ସହିତ ତାଙ୍କର ବଚସା ହୋଇଥିଲା । କିଛିସମୟ ପରେ ମାଛଧରୁଥିବା ବ୍ୟକ୍ତି ଓ ତାଙ୍କ ପରିବାର ଲୋକେ ବନମାଳୀଙ୍କ ଘରେ ପସି ଅତର୍କିତ ଆକ୍ରମ୍ରଣ କରିବା ସହ କୁଳମଣୀଙ୍କୁ ଭୂଜାଲିରେ ହାଣିଥିଲେ । କୁଳମଣିର ସ୍ତ୍ରୀ ଏଥିରେ ବାଧା ଦେବାରୁ ତାଙ୍କୁ ମଧ୍ୟ ମାଡମାରି ତାଙ୍କର ବେକରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ପାଟିଶୁଣି କିଛି ଗ୍ରାମବାସୀ ଦଉଡି ଆସିବାରୁ ଆକ୍ରମଣକାରୀ ମାନେ ଦୌଡି ପଳାଇଥିଲେ । କୁଳମଣିଙ୍କୁ ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁଳମଣି ଏ ନେଇ ନନ୍ଦିପଦାଥାନାରେ ଅଭିଯୋଗ କରିଛନ୍ତି ।