ଡିମିରିଆ ବାଲିଘାଟର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି

ହାଟଡିହି, (ବିକାଶ ବିଶ୍ୱାଳ ) :ଡିମିରିଆ ବାଲିଘାଟର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପ୍ରଦୁ୍ୟଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣିରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା ଯୋଗଦେଇ ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ । ଏହି ବାଲିଘାଟ ଚାଲିବାଦ୍ୱାରା ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ନିଯୁକ୍ତି ସୁବିଧା ପାଇପାରିବା ସହିତ ସ୍ଥାନୀୟ ଅଞ୍ଚଳର ଲୋକମାନେ ସ୍ୱଳ୍ପ ମୁଲ୍ୟରେ ପାଇପାରିବେ ବୋଲି ସ୍ଥାନୀୟ ଲୋକମାନେ ମତବ୍ୟକ୍ତ କରିଥିଲେ । ନଦୀର ଅପରପାଶ୍ୱର୍ରେ ଅର୍ଥାତ ଯାଜପୁର ସୀମାରେ ବାଲି ଟ୍ରାକ୍ଟର ପିଛା ୭ଶହ ଯଙ୍କାରେ ବିକ୍ରୀ ହେଉଥିବାବେଳେ ଏଠାରେ ୨ହଜାରରୁ ଉର୍ଦ୍ଧ ଯଙ୍କାରେ ବିକ୍ରୀ ହେଉଛି । ଲିଜ ଘାଟ ଗୁଡିକ ଚାଲି ନଥିବାରୁ ଏହାର ସୁଯୋଗନେଇ ବାଲି ମାଫିଆ ମାନେ ଚଢ଼ାଦରରେ ବାଲି ବିକ୍ରୀ କରୁଥିବାରୁ ତୁରନ୍ତ ଏହି ବାଲିଘାଟ କାର୍ଯ୍ୟକ୍ଷମ କରିବାକୁ ଲୋକମାନେ ନିବେଦନ କରିଥିଲେ । ଲିଜଧାରୀଙ୍କ ପକ୍ଷରୁ ବାଲି ଉଠାଣରେ ଶ୍ରମିକ ନିଯୁକ୍ତି, ବାଲି ପରିବହନରେ ସୁବ୍ୟବସ୍ଥା, ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଭଳି ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ମାନ ନିଆଯିବ ବୋଲି ଲିଜଧାରୀଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ଶିବିରରେ ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁ ଓ ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜନଶୁଣାଣିରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆନନ୍ଦପୁର ଭାରପ୍ରାପ୍ତ ଏସଡିପିଓ ଅସିତ ମହାନ୍ତି, ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ, ସୋସୋ ଥାନା ଆଇଆଇସି ପ୍ରଦୀପ ସେଠୀ , ଆନନ୍ଦପୁର ଥାନା ଆଇଆଇସି ମନୋଜ ପ୍ରଧାନ, ଘସିପୁରା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ପୁଲିସ ଫୋର୍ସ ସହ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ