ଡିମ୍ବିରିମୁଣ୍ଡାରେ ଶିବ ଏବଂ ଶକ୍ତି ଙ୍କର ସୋମନାଥ ବ୍ରତ ଅନୁଷ୍ଠିତ

କୁଚିଣ୍ଡା,(ରିଙ୍କୁ କୁସୁମ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଳକ ଅନ୍ତର୍ଗତ ଡିମ୍ବିରିମୁଣ୍ଡା ଗ୍ରାମରେ ଶିବ ଏବଂ ଶକ୍ତି ଙ୍କର ଉପାସନା ସୋମନାଥ ବ୍ରତ ନାମରେ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଅଛି। ଏଥିରେ ଅନେକ ବ୍ରତ ଧାରୀ ଉପାସକ ରୂପରେ ବ୍ରତ ଧାରଣ କରିଥାନ୍ତି।ଏଠାରେ ଦେବୀ ବରୁଆ ରୂପରେ ମଣିଷ ଦେହରେ ଆସି ସମସ୍ତଙ୍କର ଶୁଭ ମନାସି ଥାନ୍ତି।ସେଥି ମଧ୍ୟରେ ଶିରି ସୁବର୍ଣ୍ଣ ମଙ୍ଗଳା, ଦୂର୍ଗା,କାଳୀ,ସମଲେଇ, ମହାଦେବ, ବୀର ହନୁମାନ ଆଦି ରୂପରେ ନାମିତ ହୋଇ ବରୁଆ ରୂପେ ମା’ଙ୍କର ପୂଜାର୍ଚ୍ଚନା କରାଯାଏ।ଗାଉଣୀ ଦ୍ବାରା ହାଣ୍ଡି ଉପରେ କୁଲା ଏବଂ ତା ଉପରେ ଧୁନକେଳ ବାଡି ଦ୍ବାରା ବାଦ୍ୟ ର ତାଳେ ତାଳେ ସୋମନାଥ ବ୍ରତ କଥା ଗୀତ ମାଧ୍ୟମରେ ଶ୍ରୋତା ଙ୍କୁ ଶୁଣେଇଥାନ୍ତି‌। ଡିମ୍ବିରିମୁଣ୍ଡା ଉଷାକୋଠୀ ରୁ ଦେବଗଣ ବୃନ୍ଦ ଅନ୍ୟ କୋଠୀ ମାନଙ୍କୁ ଯଜ୍ଞ ବୁଲି ଯିବାର ପ୍ରଥା ରହିଥିବା ହେତୁ ଭାଇଚାରାର ସମ୍ପର୍କ ବୃଦ୍ଧି ହେବା ସହିତ ଆତ୍ମୀୟତା ସୃଷ୍ଟି ହୋଇଥାଏ।ପ୍ରତି ବର୍ଷ ଏହା ଆଶ୍ଵିନ ମାସ ଶୁକ୍ଲପକ୍ଷ ତୃତୀୟା ରୁ ଆରମ୍ଭ ହୋଇ ଏହି ବ୍ରତ ଏକାଦଶୀ ରେ ପୂର୍ଣ୍ଣାହୁତି ହୋଇଥାଏ।ଏହି ପ୍ରାଚୀନ ପରମ୍ପରା କୁ ଉଜ୍ଜିବୀତ କରିବା ପାଇଁ ଡିମ୍ବିରିମୁଣ୍ଡା ଗ୍ରାମବାସୀ ଏକମାସ ପୂର୍ବରୁ ଏହାର ପ୍ରସ୍ତୁତି କରିଥାନ୍ତି।ଏହା ଏକ ନିଆରା ପର୍ବ ଅଟେ। ଏଠାରେ ଦେହୁରୀ ଦିଲ୍ଲିପ ପଲେଇ,ଗାଉଣୀ ସୁଜ୍ଞାନି ବେହେରା, ଉମେଶ ମହାକୁଳ,ଦୁଧରା ମହାକୁଳ, ଅତୁଲ୍ୟ ବେହେରା,ସନାତନ ବେହେରା, ସଞ୍ଜୟ ମହାକୁଳ,ରବିନ୍ଦ୍ର ପଲେଇ,ଉତ୍ତମ ବେହେରା,ଶରତ ବେହେରା,ଅଭିନ ବାଘ, ବିଭୁତି,ଭୋଳାନାଥ, ବିକାଶ,ରୋଶନ,ସୁରଥ,ଆକାଶ, ଉତ୍କଳ,ଶୁଭମ ପ୍ରମୁଖ ଏହି ଅବସରରେ ଦେବାଦେବୀ ଙ୍କର କାଳିଷୀ ରୂପ ଧାରଣ କରି ବନ୍ଦାପନା ସହିତ ସେବା ଯୋଗେଇଥାନ୍ତି। ଏବଂ ଏଠାରେ ଦୂରଦୂରାନ୍ତରୁ ଭକ୍ତ ମାନେ ଆସି ମାନସିକ ରଖିଥାନ୍ତି ଏବଂ ତାହା ପୂରଣ ମଧ୍ୟ ହେବାର ସମସ୍ତ ଙ୍କର ବିଶ୍ବାସ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ