ଡିଲର ନିଲମ୍ବିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତର ଜନୈକ ଡିଲରଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଡିଲର ଜଣକ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାବେଳେ ଅଣସ୍ୱୀକୃତ ପ୍ରାପ୍ତ ସ୍ଥାନରେ ଯୋଗାଣ ସାମଗ୍ରୀ ରଖିବା ନେଇ ଅଭିଯୋଗ ହୋଇଥିଲା । ଏହା ସହିତ ଏସି ନୋଟ ଠାରୁ ଅଧିକ ପରିମାଣରେ ଚାଉଳ ମହଜୁଦ ରଖିବା ବାବଦରେ ମଧ୍ୟ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା । ଯାହାକୁ ନେଇ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସମସ୍ତ ତଥ୍ୟକୁ ଆଧାର କରି ଯୋଗାଣ ବିଭାଗ ଅଧିକାରୀମାନେ ତଦନ୍ତ କରିବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।


