ଡିଷ୍ଟ୍ରିବୁଟରଙ୍କ ଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍

ବଲାଙ୍ଗୀର,(ଯୁଗାବ୍ଦ ନ୍ୟୁଜ୍‌): ଏୟାରଟେଲ ଡିଷ୍ଟ୍ରିବୁଟରଙ୍କ ଠାରୁ ବନ୍ଧୁକ ମୁୂନରେ ଲୁଟେରା ମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିବା ସହ ମୋବାଇଲ ସମେତ ସୁନା ମୁଦି ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହ୍‌ଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ଖବର ଅନୁଯାୟୀ ବଲାଙ୍ଗୀର ଅଂଚଳର ସବୁଠାରୁ ବଡ ବ୍ୟବସାୟୀ ଏୟାରଟେଲ ଡଷ୍ଟ୍ରିବୁଟର ସମସ୍ତ କାର୍ଯ୍ୟ ବୁଝିଥାନ୍ତି । ସୋମବାର ସଂନ୍ଧ୍ୟାର ସମୟରେ ହଠାତ୍ ଦୁଇ ଜଣ ଆସି ଦୋକାନକୁ ଜାଇ ଏୟାରଟେଲ ସିମ୍ ମାଗିଥିଲେ । ଏହା ପରେ ଡିଷ୍ଟ୍ରିବୁଟର ଦୋକାନ ବନ୍ଦ ହେବ ବୋଲି କହି ମନା କରିଥିଲେ । କିନ୍ତୁ ଏହାର କିଛି ସମୟ ପରେ ଦୁଇ ଦୁର୍ବୁତ୍ତ ସଟର ପକାଇ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସମେତ ସୁନା ମୁଦି ଓ ପର୍ସ ଲୁଟ କରିବା ସହ ସୁନିଲକୁ ମାଡ ମାରିବା ସହ ଦୋକାନରେ ଲାଗିଥିବା ହାର୍ଡଡିସ୍କ ନେଇ ଦୁର୍ବୁତ୍ତ ମାନେ ଫେରାର ଫେରାର ହୋଇଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ